ଶୁଭଶ୍ରୀ ମିଶ୍ର

ଶୁଭଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Maa

ମାଆ

ସତରେ ଏମିତି ଏକ ମଧୁର ଶବ୍ଦ, କି ଯେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼େ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି ମାଆ । ତା’ କଥା ମଧ୍ୟ ମହୁଠୁ ବି ମଧୁର । ଦଶ ମାସ ଦଶ ଦିନ ତା’ରି ଗର୍ଭରେ, ତା’ରି ରକ୍ତରେ ସେ ଆମକୁ ଜନ୍ମ ଦିଏ । ଲାଳନ ପାଳନର କର୍ମ ମଧ୍ୟ କରେ ।…

ଅଧିକ ପଢ଼ନ୍ତୁ
Abhinaya

ଅଭିନୟ

ମୋ ମନ ଶୂନ୍ୟତାର କିଆରୀରେ ବାରମ୍ବାର ପ୍ରତିଧ୍ୱନିତ ହୁଏ ସେଇ ଗୋଟିଏ ପ୍ରଶ୍ନ ଆଜିଯାଏଁ ମୁଁ ଜୀବନରେ କରିଛି କ’ଣ?? ଅତୀତକୁ ବଖାଣି ବସିଲେ ଦୁଷ୍ଟ ସ୍ମୃତିମାନ ସବୁ ନିଜ ନିଜର ଜାଗା ମାଡ଼ି ବସନ୍ତି ହୃଦୟର କେଉଁ ଏକ ମରୁଭୂମିରେ ॥ ମୁଁ ଜୀବନ ସଂଗ୍ରାମରେ ହାରିଯାଇ ଆଜି ପଥହରା ପାଲଟିଛି ଆଉ ମରୀଚିକା ପଛେ ଧାଇଁ ଧାଇଁ ପାଲଟିଛି କ୍ଲାନ୍ତ ଆଉ ସ୍ଲାନ୍ତ ॥ ମରିଯାଇଛି ମୋ ଜୀବନର ଯେତେ ସବୁ କାମନା ଓ…

ଅଧିକ ପଢ଼ନ୍ତୁ
କଳୁଷିତ ସମାଜ

କଳୁଷିତ ସମାଜ

ପଙ୍ଗୁ ସଭ୍ୟତାକୁ ଏତେ ପାଖରୁ ଦେଖି ଏକବିଂଶ ଶତାବ୍ଦୀ ଆଜି ଅଟ୍ଟହାସ୍ୟ କରୁଛି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର କ୍ରମାଗତ ପ୍ରଗତି ସତେ ଯେମିତି ମଣିଷକୁ ଆଜି ଯନ୍ତ୍ରରେ ପରିଣତ କରିଛି, ମଣିଷର ଭାବ ଆଜି ଖିନଭିନ… ଛିନ୍‌ଛତ୍ର.. ଇଆଡ଼େ.. ସିଆଡ଼େ.. ସବୁଆଡ଼େ ॥ ସବୁଆଡ଼େ ଶୁଭୁଛି ଆଜି ପାଶ୍ଚାତ୍ୟ ସଭ୍ୟତାର ଜୟ ଜୟକାର, ଏଠି ଆଜି ଆଉ ନାହିଁ ପରିବାରର ବନ୍ଧନ ସାମାଜିକ ସମ୍ପର୍କ କି ପଡ଼ୋଶୀର ସ୍ନେହଶ୍ରଦ୍ଧା । ସମସ୍ତେ ଏଠି ବ୍ୟସ୍ତ। ଯେମିତି ଅର୍ଥ…

ଅଧିକ ପଢ଼ନ୍ତୁ
ବିଶ୍ୱାସ

ବିଶ୍ୱାସ

ତୁମ ସ୍ନେହ ଶ୍ରଦ୍ଧା ଏମିତି ଏକ ସୂର୍ଯ୍ୟଦୟ ଯାହା ମୋତେ କରେ ଆଲୋକିତ । ତୁମ ଅବିଶ୍ୱାସ ଏମିତି ଏକ ଅନ୍ଧକାର ଯାହା ମୋତେ କରିଦିଏ ଅଚିହ୍ନା । ତଥାପି ତ ତୁମେ ଲାଗ ଆହୁରି ନିଜର । ତୁମର ସ୍ନେହଭରା ମୁହଁରେ ଶାରଦୀୟ ସଞ୍ଜର ଆକାଶେ କେତେ ନିର୍ଲିପ୍ତ, ଅଥଚ କେତେ ଉଦାସ ତୁମ ସୁରଭିତ ସମ୍ପର୍କର ପାଖୁଡ଼ା । ଝରି ପଡ଼ିଲେ ଅବେଳରେ ଭାଙ୍ଗିଯାଏ ମନେ ଥିବା ସ୍ୱପ୍ନଗୁଡ଼ା । ତଥାପି ତୁମ ସ୍ମୃତି…

ଅଧିକ ପଢ଼ନ୍ତୁ