ସୋନାଲି ସୁଚରିତା

ସୋନାଲି ସୁଚରିତା ଓ.ୟୁ.ଏ.ଟି ରୁ ପଢ଼ା ଶେଷ କରି ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ମତ୍ସ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆରେ ମଧ୍ୟ ଲେଖାଲେଖି କରନ୍ତି ଯିଏକି ସାମାଜିକ ଏବଂ ପାରିବାରିକ ଘଟଣାକୁ ଗଳ୍ପର ରୂପ ଦେଇଥାନ୍ତି ।

Odia Poem Nishira Chithi (ନିଶିର ଚିଠି) by Sonali Sucharita

ନିଶିର ଚିଠି

ରାତି ଅଧାରୁ ବେଶି ସରିଗଲାଣି, କୁଆଁତାରା ବୋଧେ ଆଉ କିଛି ସମୟରେ ମୁହଁ ଦେଖେଇବ । ତୁମେ ପୁଣି ଅଧା ନିଦରେ ମୋ ନାଁ ନେଇ ଟିକେ ଖୁଜବୁଜ ହେବ । ଆଜି ଆଉ ଗପ କହିବିନି, ଆଜି ଖାଲି ଟିକେ କଥା ହେବା ଭାବିଛି । ଆମ ପ୍ରେମର ମୂର୍ଚ୍ଛନାରେ ଆହୁରି ବେଶି ବିଭୋର ହେବାକୁ ଇଚ୍ଛା ହେଉଛି । ଆଜି ସେଇ ଅଧା ଖୋଲା ଝରକାରୁ ଆକାଶର କାନଭାସ୍‌ରେ ଅଧାଅଙ୍କା ଜହ୍ନକୁ ଦେଖୁଥିଲି ।…

ଅଧିକ ପଢ଼ନ୍ତୁ
Odia Poem Ghatantara Ichha Manankara (ଘଟାନ୍ତର - ଇଚ୍ଛାମାନଙ୍କର) by Sonali Sucharita

ଘଟାନ୍ତର – ଇଚ୍ଛାମାନଙ୍କର

ଭାରି ବଦମାସ ଏ ଇଛାଗୁଡ଼ାକ ! ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି, ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି ଏଇ ଯେମିତି, ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ, ଯେଉଁଠି ପିରାମିଡ୍‌ରେ ଶୋଇଛନ୍ତି ଆଦିମ ମମ୍ମି ସବୁ ଚିରନ୍ତନ ମୁକ୍ତିର ଅପେକ୍ଷାରେ, ପୁଣି ଇଚ୍ଛା ହୁଏ, ବିହଙ୍ଗ ହୋଇ ଉଡୁଥାନ୍ତି କି ନୀଳ ଭୂମଧ୍ୟ ସାଗର ଉପରେ ସିଗଲମାନଙ୍କ ସାଥିରେ ଛୁଇଁଯା’ନ୍ତି ଆକାଶର ସୀମାହୀନ…

ଅଧିକ ପଢ଼ନ୍ତୁ
Odia Poem Nirbasita (ନିର୍ବାସିତା) by Sonali Sucharita

ନିର୍ବାସିତା

ମା ! ତୁମ ଜରାୟୁର ଅନ୍ଧାରି ମୂଲକ; ଉଦ୍ଭାସିତ ହୋଇଛି ଆଜି ଏକ ନୂତନ ସୃଷ୍ଟିର ଝଲକ । କୈଶିକ ଝିଲ୍ଲୀର ଆସ୍ତରଣ ଗର୍ଭ-ନାଡ଼ର ସଂଯୋଗରେ ନିଶ୍ଚିତ ହୋଇ ଏଇତ ଆରମ୍ଭ ମାତ୍ର ମୋ ସନ୍ତରଣ । ତୁମରି ରକ୍ତ-ମାଂସରେ ଗଢ଼ା ଆରମ୍ଭ ହେଲା ମୋର ଗୋଟିଏ ପରେ ଗୋଟିଏ ଜୀବକୋଷ… ମୁଦ୍ରିତ ମୋ ଆଖିର ପତଳା ପରଦାରେ ନେଇ ଆଖିଏ ସ୍ୱପ୍ନ, ମୋ ଜୀବନ ଯେ କେବଳ ତୁମ ସ୍ନେହର ବଶ । ଆଜି ଦ୍ଵିତୀୟ…

ଅଧିକ ପଢ଼ନ୍ତୁ
Adarakari

ଅଦରକାରୀ

ସହରଠୁ ଦୂର ନଦୀକୂଳିଆ ବୃଦ୍ଧାଶ୍ରମ ହତା ଭିତରେ ବସି ଶାନ୍ତନୁ ବାବୁ ଏକଲୟରେ ଦେଖୁଥାନ୍ତି ଅନତିଦୂରରେ ଖେଳୁଥିବା ଶ୍ୱାନ ପରିବାରକୁ… ମାର୍ଚ୍ଚ ମାସର ଖରାଦିନିଆ ଅପରାହ୍ନ । ଛୋଟ ଛୁଆ କୁକୁର ତିନୋଟି ନିଜ ବାପା ସହ ଖେଳୁଥାନ୍ତି, ଆଉ ମା’ କୁକୁରଟି କିଛି ଦୂରରେ ହାଲୁକା ଖରା ଛାଇରେ ପେଟେଇ ପଡ଼ି ଦେଖୁଥାଏ ନିଜ ପରିବାରକୁ… ଏଇ ସମୟରେ କାହାର ହାଲୁକା ହାତର ସ୍ପର୍ଶରେ ତନ୍ଦ୍ରାଭଙ୍ଗ ହେଲା ଭଳି ଚମକି ପଡ଼ିଲେ… ବୁଲିପଡ଼ି ଦେଖନ୍ତି ତ…

ଅଧିକ ପଢ଼ନ୍ତୁ
chaha-cup

ଚାହା କପ୍

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା । ପୁଣି ଦେଖେ ତ ମୋବାଇଲରେ ପାଞ୍ଚଟି ମିସ୍ କଲ, ମା’ଙ୍କର ୩ଟା ଆଉ, ବାବାଙ୍କର ଦୁଇଟି, ମନେ ମନେ ଟିକେ ହସିଲା ସିପ୍ରା, ଆଉ ଭାବିଲା, “କେତେ ଆଉ ବଡ଼ ହେଲେ ମୁଁ,…

ଅଧିକ ପଢ଼ନ୍ତୁ