ସୋନାଲି ପଣ୍ଡା

ସୋନାଲି ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Mate Pacharani

ମତେ ପଚାରନି

ମତେ ପଚାରନି ପବନ ମିଛ କହେ କି ନାଇଁ ଆକାଶରେ ତାରା କେତେ ବାଦଲ ବି କ’ଣ ଗୀତ ଗାଏ ନାଁ ଜହ୍ନ କେବେ ମନ ହଜେଇଛି ନାଁ ଜମା ପଚାରନି ମତେ ! ମୁଁ କୋଉ ଜାଣିଛି କୃଷ୍ଣଚୂଡ଼ା ରଙ୍ଗ ନାଲି ନାଁ ମୁଠେ ପ୍ରେମ ରଙ୍ଗ? ଲାଜକୁଳୀ ଲାଜ କରେ ନାଁ ଅବିଶ୍ୱାସ? ରକ୍ତ କଇଁ ପୋଖରୀରେ ଫୁଟେ ନାଁ ଛାତି ତଳେ? ଠିକଣା? ହେ ନାଁ ସେଇଟା ବି ମନେ ନାହିଁ ଆଉ…

ଅଧିକ ପଢ଼ନ୍ତୁ
କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ,…

ଅଧିକ ପଢ଼ନ୍ତୁ