ସିଦ୍ଧେଶ୍ୱର ତ୍ରିପାଠୀ

ସିଦ୍ଧେଶ୍ୱର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ଜୀବନର ଚଉପଦୀ

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ ଶଢ଼ାଇ ହାଣ୍ଡି କଡ଼େଇ ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି ସଞ୍ଜ ଆସୁଥାଏ ନଇଁ । ଚାଟଶାଳୀ ପାଠ କାନ୍ଧରେ ବସ୍ତାନି ଅବଧାନେ ବେତ ମାଡ଼ ବାପା ବୋଉ ଜେଜେ ସଭିଏଁ କୁହନ୍ତି ପାଠପଢ଼ ପାଠପଢ଼ । ପହିଲି ପୀରତି ମିଳନର ଗୀତି ବିରହ ଅଲିଭା ଦାଗ ଜୀବନ ଜଞ୍ଜାଳ ଛୋଟିଆ ସଂସାର କେତେ ରାଗ ଅନୁରାଗ । ବୟସର ଶେଷ କେତେ ଅବଶୋଷ କେତେ ମିଠା ଅନୁଭୂତି…

ଅଧିକ ପଢ଼ନ୍ତୁ
Sita Asile

ଶୀତ ଆସିଲେ

ଶୀତ ଆସିଲେ ଜୀବନ୍ତ ହୋଇଉଠେ ତୁମସ୍ମୃତି ତାଜା ହୋଇଯାଏ କାକର ଭିଜା ଗୋଲାପ ଯୋଉଟା ତୁମେ ଦେଇଥିଲ ମୋତେ ଅତି ସରାଗରେ ପହିଲି ଭେଟରେ । ଶୀତ ଆସିଲେ ମନେପଡ଼େ ତୁମ ଇଅରକଡ଼୍ ଦିଆ ଫୁସଫୁସ କଥା ଆଉ ମୋ ବାହାନାରେ ମିଛଯନ୍ତ୍ରଟାକୁ ତୁମ ସତସତିକା ଦେଉଥିବା ସହଶ୍ର ଚୁମା । ଶୀତ ଆସିଲେ ମନେ ପଡ଼େ ତୁମ ମିଠା ମିଠା ଗୀତ ଯାହା ଚାଲୁଥିଲା ରାତିଅଧ ଯାଏ ଶେଷ ହେଉଥିଲା ଫୋନର ଚାର୍ଜ ସାଥିରେ ।…

ଅଧିକ ପଢ଼ନ୍ତୁ
Sampratika Samajare Sahityara Sthiti

ସାମ୍ପ୍ରତିକ ସମାଜରେ ସାହିତ୍ୟର ସ୍ଥିତି

ସାହିତ୍ୟ ହେଉଛି ସମାଜର ଦର୍ପଣ । ସାହିତ୍ୟି ସମାଜକୁ ପ୍ରଭାବିତ କରେ । ସମାଜର ପ୍ରତିଛବିକୁ ସାହିତ୍ୟରେ ଉପଲବ୍ଧି କରିହୁଏ । ଯୁଗ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଆସେ । ଅନେକ ଲୋକ କଳା, ପୁସ୍ତକ ଏବଂ ଗଣମାଧ୍ୟମଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ହୁଏ । ଆମ ଓଡ଼ିଆ ସାହିତ୍ୟକୁ ଦେଖିଲେ ସାରଲା ଯୁଗଠୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗରେ ଆମେ ପହଞ୍ଚି ସାରିଛେ । ଏବେ ଓଡ଼ିଆ ଭାଷାର ପ୍ରଚାର…

ଅଧିକ ପଢ଼ନ୍ତୁ
To Pain

ତୋ’ ପାଇଁ

ଗୋଲାପୀ ଓଠରେ ହସିଦେଲୁ ଯେବେ ସେବେଠୁ ପାଗଳ ହେଲି ଫୁଲେଇଲୋ ତୋ’ର ନିଆରା ଛବିକୁ ହୃଦୟରେ ସାଇତିଲି…. ତୋ’ ହାତକୁ ଧରି ଚାଲିଲି ମୁଁ ବାଟ ଆଖିରୁ ହଜିଲା ନିଦ ଧୀରେଧୀରେ କେବେ ପ୍ରେମ ଦୁନିଆରେ ରଖିସାରିଲିଣି ପାଦ…. ଆଖିରେ ଆଖିରେ ସେଇ ଇସାରାରେ ସବୁକିଛି ଭୁଲିଗଲି ଫୁଲେଇଲୋ ତୋ’ର ନିଆରା ଛବିକୁ ହୃଦୟରେ ସାଇତିଲି…. ଫଗୁଣ ପରଷେ ସବୁ ଆଜି ହସେ ହସେ ଏ ଜୀବନ ମୋର ତୋ କଥା ଭାବେ ନିଶି ଓ ଦିବସ…

ଅଧିକ ପଢ଼ନ୍ତୁ