ବଡ଼ଦାଣ୍ଡର ବେଲୁନ୍ବାଲା
ଗୀତଗୋବିନ୍ଦର ଅପୂର୍ବ ସଙ୍ଗୀତ ଝରି ଆସୁଛି । ଧୀରେଧୀରେ ଆଲୋକ ଶୂନ୍ୟ ହେଲା ଶ୍ରୀମନ୍ଦିର । ଭକ୍ତମାନେ ବାହୁଡ଼ି ଆସିଲେ । ଝଣଝାଣ ଶବ୍ଦ ହୋଇ ବନ୍ଦ ହୋଇଗଲା ସିଂହଦ୍ୱାରର ଦରଜା । ରାତି ପ୍ରାୟ ଯୌବନ ବୟସ ଧରିବ ଧରିବ ହେଲାଣି । ସଂପୂର୍ଣ୍ଣ ଜନଶୂନ୍ୟ ନ ହେଲେ ବି ଧୀରେଧୀରେ ମୌନ ହୋଇଆସୁଛି ବଡ଼ଦାଣ୍ଡର ପରିବେଶ । ଦୀପମାନେ ଘିଅ ଖାଇ ବୁଝି ସାରିବା ପରି ସମସ୍ତଙ୍କ ମନ ଥକା ଧରିଲାଣି । କିନ୍ତୁ ସବୁଦିନ ପରି ଆଜି ମଧ୍ୟ ଏକ ବିକଳ ମନ…

