ସତ୍ୟ ନାରାୟଣ ପ୍ରଧାନ

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ମରଣ କି ନ ଆସଇ

ମରଣ କି ନ ଆସଇ

ଜଗତରେ କେହି କିବା ରହିଛି ଅମର, ଦେବ ଦାନବ ମାନବ ଅବା ଚକ୍ରଧର । ମରଣ କି ନ ଆସଇ ପାତାଳେ ଲୁଚିଲେ, କେ ବଞ୍ଚିବ କର୍ମଫଳୁ ଯେତେ ଖଞ୍ଚକଲେ । ଜନ୍ମିଥିଲେ ଚକ୍ରଧର ରାମ ଅବତାରେ ଲୀଳା ଖେଳା ସାରି ପ୍ରଭୁ ବାହୁଡ଼ିଲେ ଖରେ । ଅମର କି ସେହି ପ୍ରଭୁ ସବୁଦିନ ପାଇଁ, ଜନମ ହୋଇଲେ ଦିନେ ମରଣ ଆସଇ । ଦିନେ କୃଷ୍ଣ ଜନ୍ମିଥିଲେ ମଥୁରା ନଗରେ, ବଢ଼ିଲେ ଗୋପପୁରରେ ନନ୍ଦ ରାଜା ଘରେ । ଭଗବାନ ହୋଇ କିବା…

ଅଧିକ ପଢ଼ନ୍ତୁ
ଜାତି ଗଙ୍ଗା

ଜାତି ଗଙ୍ଗା

କି ଲାଭ ମିଳିବ ଜାତି ଭେଦଭାବୁ ବୃଥାରେ କଳହ ହୋଇ, ନିଜନିଜ ମଧ୍ୟେ ହଣାକଟା ଯଦି ଜାତିଧର୍ମ କଥା ନେଇ ॥୧॥ ବିଶାଳ ଭାରତ ଭୂଖଣ୍ଡରେ ଜନ୍ମି ବୁଝିକି ପାରୁଛ ନାହିଁ ସର୍ବପରିଶେଷେ ଆମେ ଭାରତୀୟ ଅଟୁ ପରା ଭାଇଭାଇ ॥୨॥ ତଥାପି କିମ୍ପାଇଁ ଜାତିଧର୍ମ ନେଇ ରଚୁଅଛ ଏତେ ଦଙ୍ଗା ହିନ୍ଦୁ ମୁସଲମାନ ନୁହେଁ ବଡ଼ ସାନ ଏକ କର ଜାତିଗଙ୍ଗା ॥୩॥ ଭାରତୀୟ ଆମ ଜାତିର ସଙ୍କେତ ଧର୍ମହେଉ ଦୟା ଭାବ କର୍ମକୁ ଆମର…

ଅଧିକ ପଢ଼ନ୍ତୁ