ସର୍ଜନ କୁମାର ସାହୁ

ସର୍ଜନ କୁମାର ସାହୁ ପେଶାରେ ଶିକ୍ଷାବିତ୍, ଯିଏକ ଏବେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିଶା ତାଙ୍କର କବିତା ଲେଖିବା; ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।

Odia Poem Kichhi Katha e Manara (କିଛି କଥା ଏ ମନର) by Sarjan Kumar Sahu

କିଛି କଥା ଏ ମନର

କିଛି କଥା ତୁମର, କିଛି କଥା ମୋର କେଜାଣି ଏ କଥା, ଅସରନ୍ତି କଥାର ଗାଥା ହେଇଯାଏ । ଦୁଇ ପାଦ ତୁମର, ଦୁଇ ପାଦ ମୋର କେଜାଣି ଏ ପାଦ, ଅସରନ୍ତି ରାସ୍ତାର ପଥୀକ ହେଇଯାଏ । ଟିକେ ସ୍ପର୍ଶ ତୁମର, ଟିକେ ସ୍ପର୍ଶ ମୋର କେଜାଣି ଏ ସ୍ପର୍ଶ, ଅସରନ୍ତି ସ୍ମୃତିର ସ୍ମୃତି ହେଇଯାଏ । ଅଳ୍ପ ହସ ତୁମର, ଅଳ୍ପ ହସ ମୋର କେଜାଣି ଏ ହସ, ଅସରନ୍ତି ସୁଖର ସାଥୀ ହେଇଯାଏ…

ଅଧିକ ପଢ଼ନ୍ତୁ
Puruna Smruti (ପୁରୁଣା ସ୍ମୃତି) Odia Poem by Sarjan Kumar Sahu

ପୁରୁଣା ସ୍ମୃତି

କେଉଁଠୁ ଆସିଛୁ ଆଗେ ମୋ ରୂପସୀ କିମିଆ କଲା ତୋ’ ହସ ଖୋଲା ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଦେଖେଇ ଦେଲା ତୋ’ ସ୍ପର୍ଶ ॥ ସେ ଦିନର ରାତି ସେ ମଧୁ ପ୍ରୀତି ପାସୋରି ନ ଯାଏ ମନୁ ଥୁଣ୍ଟା ବରଗଛେ କୋଇଲିର ଡାକ ଲାଗେ ସତେ ପ୍ରେମ ବେଣୁ ॥ ନା ଅଛି ସେ ରାତି ନା ଅଛି ପ୍ରୀତି ଖୋଜିଲେ ପାଉନି ସ୍ମୃତି ଚାହିଁକି ବସିଛି ସେ ଥୁଣ୍ଟା ଗଛ ପ୍ରୀତିର ପରଶ…

ଅଧିକ ପଢ଼ନ୍ତୁ
Apeksha

ଅପେକ୍ଷା

କେବେ ତୁ ଆସିବୁ ମୋ ପାଖକୁ ଧାଇଁ ଅନେଇ ବସିଛି ମୁହିଁ ସେ ଅଭୁଲା ହସ ସେ ଅଭୁଲା ବେଶ ମନେ ପଡ଼େ ନୀତି ରାତି । କଥା ଦେଇଥିଲି କଥା ଦେଉଅଛି ପର କରିବିନି କେବେ ସାରା ଜୀବନ ମୁଁ ତୋ ସାଥେ ଚାଲିବି କଣ୍ଟା ଅବା ଫୁଲ ବାଟେ । କିପରି ବଞ୍ଚିବି ତୋ’ଠାରୁ ଦୂରେଇ କେମିତି ଭାବୁ ସେ କଥା ମୋ ହୃଦୟ ଝୁରେ ପ୍ରତିକ୍ଷେଣେ ତୋତେ କିପରି କହିବି ବ୍ୟଥା ।…

ଅଧିକ ପଢ଼ନ୍ତୁ