ସଂଘମିତ୍ରା କାନୁନ୍‌ଗୋ

ସଂଘମିତ୍ରା କାନୁନ୍‌ଗୋ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ahwan (ଆହ୍ୱାନ) by Sanghamitra Kanungo

ଆହ୍ୱାନ

ବେଳେ ବେଳେ ଏମିତି ବି ହୁଏ, ସବୁ ସୁଖର ଏରୁଣ୍ତି ବନ୍ଧ ଡେଇଁ କିଏ ଜଣେ ପଶି ଆସେ, ବହୁ ପ୍ରଶ୍ନର ପସରା ଧରି, ଆନ୍ଦୋଳିତ ହୁଏ ମନ ମୁଁ ପରା ଈଶ୍ୱରଙ୍କ ସର୍ବୋତ୍ତମ ସୃଷ୍ଟି, ଘରର ମୁଁ ଲକ୍ଷ୍ମୀ । ଏକାଧାରେ ଜାୟା, ପୁଣି ଜନନୀ, ଭଗିନୀ । ପ୍ରେମ, ପ୍ରୀତି, ପ୍ରଣୟର ମୁଁ ପରା ତ୍ରୀବେଣୀ । ତେବେ କୁହ ମୁଁ କାହିଁକି ଜଳେ ଏଠି, ଉପେକ୍ଷାର କଳା ମଶାଣୀରେ? ମୁଁ କାହିଁକି ଭାସେ…

ଅଧିକ ପଢ଼ନ୍ତୁ
Abhinandana Nua Barsa (ଅଭିନନ୍ଦନ ନୂଆ ବର୍ଷ): Odia Poem by Sanghamitra Kanungo

ଅଭିନନ୍ଦନ ନୂଆ ବର୍ଷ

ନୂଆ ବର୍ଷ ତମେ ଆସୁଛ ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ, ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ, ତମେ ଆସୁଛ । ଆକାଶରେ ମେଘହୀନ ଗୀତର ରାଗିଣୀ ଶୁଣାଉଛି ତମ ଆଗମନୀର ବାର୍ତ୍ତା, ତମେ ଆସୁଚ ପୌଷ ଶେଷରେ ଶୀତର ଚାଦର ଢାଙ୍କି ହୋଇ । କିନ୍ତୁ ହେ ନବବର୍ଷ, ଯଦି ମୁଁ ଠିକ୍ ଦେଖିଥାଏ, ତେବେ ତମ ମୁହଁରେ ତ’ ଦେଖିପାରୁନାହିଁ ଆଗମନୀର ଉଲ୍ଳାସ, ସତେ ଯେମିତି ତମ ଭିତରୁ ମରି…

ଅଧିକ ପଢ଼ନ୍ତୁ