ସନ୍ଧ୍ୟାରାଣୀ ଦାଶ

ସନ୍ଧ୍ୟାରାଣୀ ଦାଶ ଓଡ଼ିଶା ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ମୁଖ୍ୟତଃ ଆମ ସମାଜ, ପରିବେଶ ଆଉ ଭକ୍ତିଅର୍ଘ୍ୟ ଉପରେ ତାଙ୍କର ଲେଖନୀ ଚାଳନା କରନ୍ତି ।

Odia Poem Sapanara Saudagara (ସପନର ସୌଦାଗର) by Sandhyarani Dash

ସପନର ସୌଦାଗର

ଗହଳ ନିଦରେ ହୃଦ୍ ସ୍ପନ୍ଦନରେ କରି ଦେଲ ନୂଆ ଘର ଖରା ଛାଇ ମିଶା ଆଲୋକ ଭିତରେ ସପନର ସୌଦାଗର । କେବେ ପାଶେ ଥାଅ କେବେ ଦୂରେ ଦୂରେ ତୁମକୁ କି ଭୁଲି ପାରେ ତୁମ ପାଇଁ ମୋର ହୃଦୟ କୋଣଟି ଭରେ ନିତି ସପନରେ । ତଥାପି କାହିଁକି ବୁଝେ ନାହିଁ ମନ ମନେ ପଡ଼ ବାର ବାର । ମିଛ ପ୍ରତାରଣା କରେ ବାଟ ବଣା ସ୍ମୃତି ସବୁ ଅପାଶୋରା ମଧୁ ଶୋଷି…

ଅଧିକ ପଢ଼ନ୍ତୁ
Odia Poem Bharijae Dukha Rashi (ଭରି ଯାଏ ଦୁଃଖ ରାଶି) by Sandhyarani Dash

ଭରି ଯାଏ ଦୁଃଖ ରାଶି

ହାରି ଯାଇଛି ମୁଁ ଜୀବନ ଯୁଦ୍ଧରେ ଖୋଜୁଛି ହଜିଲା ସ୍ମୃତି କିଛି କଥା ଆଉ ଅକୁହା ବେଦନା ଅନ୍ଧକାରର ଏ ରାତି । ହୃଦୟ ମନ୍ଦିରେ ସସ ମାନ ସାଜି ଅଟ୍ଟହାସ୍ୟ କରେ ମୋତେ, ନିଜର ଲୁହକୁ ନିଜେ ପିଇ ଯାଇ ବୁଝାଏ ମନକୁ କେତେ । କୋମଳ ହୃଦୟ ହୋଇଛି ପଥର ଝୁରୁଅଛି ରାତିଦିନ ହଜି ଯାଇଛି ତା’ ଜୀବନ କାହାଣୀ ଲିଭିଯାଏ ତା’ ସପନ । ଫେରିବାର ଆଶା ଯାଇଛି ପାଶୋରି ମାଟିରେ ଯାଇଛି…

ଅଧିକ ପଢ଼ନ୍ତୁ
prithibi

ପୃଥିବୀ

ପୃଥିବୀ ପୃଷ୍ଠକୁ ଋତୁଚକ୍ର କ୍ରମେ ଛଅ ଋତୁ ଆସିଥାଏ, ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ ଶୀତ ବସନ୍ତଟି ଯାଏ । ଗ୍ରୀଷ୍ମର ପ୍ରକୋପ କରେ ଅସ୍ତବ୍ୟସ୍ତ ବରଷାକୁ ଖୋଜୁ ଥାଏ, ଆକାଶ ବରଷା ଝରି ପ୍ରଶମିତ ଦେହ ମନୁ ଚାଲିଯାଏ । ଶରତ ହେମନ୍ତ ଘାସରେ କାକର ମୁକ୍ତା ପରି ଦେଖା ଦିଏ, ପ୍ରକୃତି ରାଣୀର ସବୁଜିମା ରୂପ ଆସ୍ତେ ଆସ୍ତେ ଭରିଯାଏ । ଶୀତର ବେଦନା ଜଣାଇ ଆସେନା ଦେହକୁ ଥରାଇ ଦିଏ ହେଲେ…

ଅଧିକ ପଢ଼ନ୍ତୁ