ଅତୀତ ଯେବେ ଚେଇଁ ଉଠେ
ଦେହରୁ ସେ ଘା’ ସୁଖିଯାଇିଛି ସତ ହେଲେ ମନରେ ହେଇଥିବା ସେ ଘା’ ଏବେବି ତାଜା ଅଛି ॥ ଆଖିରୁ ଲୁହ ସୁଖିଯାଇଛି ସତ ହେଲେ ହୃଦୟରେ କହୁଳୁଥିବା ସେ କୋହ ଏବେବି କଇଁ କଇଁ ହୋଇ କାନ୍ଦୁଛି ॥ ଏବେବି ଓଠରେ ହସ ଅଛି ସତ ହେଲେ ସେ ଅସ୍ତଗାମୀ ସୂର୍ଯ୍ୟର ଦିଗବଳୟ ଭିତରେ ସେ ଚେହେରାଟି ହଜିଯାଇଛି ॥ ଏ ହୃଦୟଟି କାହା ପାଇଁ ପଥର ପାଲଟିଯାଇନି ବାସ୍ ଖାଲି ଭାଙ୍ଗିଯାଇଥିବା ସମ୍ପର୍କକୁ ଖୋଜିଚାଲିଛି…