ସାଗରିକା ପଟ୍ଟନାୟକ

ସାଗରିକା ପଟ୍ଟନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Story Chakuli (ଚକୁଳି) by Sagarika Pattanaik

ଚକୁଳି

ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ…

ଅଧିକ ପଢ଼ନ୍ତୁ
Apa Bhai

ଅପାଭାଇ

କାଲି ରାକ୍ଷୀ ପୂର୍ଣ୍ଣିମା । ମୋନା, ଟିକି, ମିତାଲି ନିଜ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ସଜ ହେଉଛନ୍ତି । ତେଣେ ଗୁମ୍‌ ମାରି ସୋଫା ଉପରେ ମୁହଁ ମାଡ଼ି ଶୋଇଛି ଆଶା । ମା’ ଶର୍ମିଷ୍ଠାଙ୍କୁ ଅନେକ ଥର କହିଲାଣି ସେ, ଭାଇଟିଏ ତା’ର ଦରକାର । ଆଉ କୋଉ ଦିନ ନ ହେଲା ନାହିଁ ରାକ୍ଷୀପୂର୍ଣ୍ଣିମା ପାଇଁ ତ ନିହାତି ଦରକାର । ଭାଇଟିଏ ଥିଲେ ସେ ବି ରାକ୍ଷୀ ଦୋକାନକୁ ଯାଇ ରାକ୍ଷୀ…

ଅଧିକ ପଢ଼ନ୍ତୁ