ସଦାନନ୍ଦ ପାଣିଗ୍ରାହୀ

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

swarnaprasabini bharat mata

ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ହିମାଳୟଠାରୁ କୁମାରିକା ଯାଏ ସ୍ୱର୍ଣ୍ଣପ୍ରସବିନୀ ଭାରତମାତା ପୁଣ୍ୟତୋୟା ପୁଣି ସୁଚିସ୍ମିତା ସିଏ ସିଏ ଶତଦଳ ସ୍ନିଗ୍ଧା ଶୋଭିତା ମା’ ଦୁର୍ଗା ସାହସେ ସମ୍ବର୍ଦ୍ଧିତା ସିଏ ଲକ୍ଷ୍ମୀଙ୍କ ସମ୍ପଦେ ସେ ଅଳଂକୃତା ବୀଣାବାଦିନୀଙ୍କ ସଙ୍ଗୀତ ମୂର୍ଚ୍ଛନା ବିମୋହିତା ପୁଣି ସିଏ ବନ୍ଦିତା ମୋ ମାଆର ମାଟି ପୁଣ୍ୟମୟୀ ଏଠି ବେଦ ତା’ର ଦିଏ ବିସ୍ମୟ ବାର୍ତ୍ତା ବ୍ୟାସ ବିରଚିତ ଜୀବନ ଜିଜ୍ଞାସା କୃଷ୍ଣ ମୁଖବାଣୀ ଶ୍ରୀମଦ ଗୀତା ମୁକ୍ତି ଓ ମୋକ୍ଷର ଭାଗବତ ଏଠି ରଚିଛି ବିରହ ମିଳନ…

ଅଧିକ ପଢ଼ନ୍ତୁ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥ ନଈଜଳ ଏବେ କାଚକେନ୍ଦୁ ପରି ଦର୍ପଣ ପରାଏ ଦିଶୁଛି ପଠା ଧାରେ ତା’ର କାଶତଣ୍ଡି ଫୁଲ ସମୀର ପରଶେ ହସୁଛି ॥୩॥ ଶରତ ଋତୁରେ ରାଣୀଫୁଲ ଜହ୍ନ ରୂପ ଦିଶେ ତା’ର କି ପରିଷ୍କାର…

ଅଧିକ ପଢ଼ନ୍ତୁ
shubhapallaba

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି ଝଙ୍କାର ସରିଲା । (୨)‌ ପ୍ରାଚୀ ଗ‌ଗନରେ କୁଆଁତାରା ଧୀରେ ଅଳପ ଅଳପ ଲୁଚିଲା ନବପଲ୍ଲବରେ ଶୁଭ ଆସିଗଲା ଫୁଲେ ଫୁଲେ ବାସ ଛୁଟିଲା । (୩) କଜଳପାତିଟି ନିଦରେ ଚମକେ ତରୁର ଗ‌ହଳ…

ଅଧିକ ପଢ଼ନ୍ତୁ
mo-gaon-nirabi-jaichi

ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି ପୂରୁବ କଥାକୁ ମନରେ ଆଣି ସେ ଗୁମୁରି ଗୁମୁରି କେତେ କାନ୍ଦୁଛି ।୧। ଆଗ ଚମକତା ମୋ ଗାଆଁରେ ନାହିଁ ନିଆରା ନିଆରା ଲାଗୁଛି ପରା ପାଣି ପାଗ ଏଠି ବଦଳି ଯାଇଛି ବରଷା ଋତୁରେ ହେଉଛି ଖରା ।୨। ପରିବେଶ ଏଠି ଶାନ୍ତସ୍ନିଗ୍ଧ ଥିଲା ଆଜି ଯେ ତାହାର ରୂପ ନିଆରା ସହରର ଢାଞ୍ଚା ଗାଆଁରେ ପଶିଛି ହସ ଖୁସି ସତେ ହେଲା ପାଶୋରା ।୩। ଚଷା ଭାଇଟିର ଆଗ…

ଅଧିକ ପଢ଼ନ୍ତୁ
dubaghasa

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।। ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ।। ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ…

ଅଧିକ ପଢ଼ନ୍ତୁ