ସଦାନନ୍ଦ ପାଣିଗ୍ରାହୀ

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Anubhutire Kalia Saanta (ଅନୁଭୂତିରେ କାଳିଆ ସାଆନ୍ତ) by Sadananda Panigrahi

ଅନୁଭୂତିରେ କାଳିଆ ସାଆନ୍ତ

ଏହି ଅଳ୍ପଦିନ ତଳେ ମୁଁ ଏବେଂ ମୋର ଜନେ ବନ୍ଧୁ ଏକ ସାହିତ୍ୟ ସଭାରେ ଯୋଗଦାନ ଦେବାକୁ ଯିବାକୁ ଥାଏ । କାହିଁକି କେଜାଣି ଚିନ୍ତାକଲି ଆଗଦିନ ପୁରୀ ଯାଇ ରାତି ରହଣୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ପରଦିନ ସକାଳେ ଆସି କଟକରେ ସାହିତ୍ୟ ସଭାରେ ଯୋଗ ଦେବାକୁ ହେବ । ସପ୍ତାହ ଆଗରୁ ଯୋଜନା ମୁତାବକ ଟିକଟ ହେଇଗଲା ରେଳଯୋଗେ ଯାତ୍ରା ପାଇଁ । ବୋଧହୁଏ ପ୍ରଭୁଙ୍କର ଆମ ଉପରେ ଅହେତୁକ କୃପା…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 15th Edition

✍ ପଞ୍ଚଦଶ ସମ୍ପାଦକୀୟ

ଅନୁଭୂତିରେ ଶ୍ରୀଜଗନ୍ନାଥ ସେଦିନ ଥାଏ ରବିବାର । ଦୁଇହଜାର ତେର ମସିହା ଜୁନ ମାସ ତେଇଶି ତାରିଖ । ପବିତ୍ର ସ୍ନାନ ପୂର୍ଣ୍ଣିମା । ସେଦିନ ଖୁବ୍ ଭୋରୁ ଆମେ ସପରିବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରଭୁଙ୍କ କରୁଣାର ଡୋରି ଲାଗିବାରୁ ଟ୍ରେନ୍ ଯୋଗେ ଯାଇଥିଲୁ । ସାଥିରେ ଆମର ବନ୍ଧୁ ଓ ତାଙ୍କ ପରିବାର ମଧ୍ୟ ଥାଆନ୍ତି । ପ୍ରଭୁଙ୍କ ଅପାର କରୁଣାରୁ ଯାତ୍ରା ସହଳ ଏବଂ ସଫଳ ହୋଇଥିଲା । ପୁରୀ ରେଳ ଷ୍ଟେସନରୁ…

ଅଧିକ ପଢ଼ନ୍ତୁ
Matira Mahaka - ମାଟିର ମହକ

ମାଟିର ମହକ

ଜନମ ଯେଉଁଠି ହୋଇଥିଲି ମୁହିଁ ଯାହାର ମାଟିକୁ ଆଗ ଛୁଇଁଲି ସେହି ମୋର ପ୍ରିୟ ଜନମ ଭୂଇଁ ଯେ ତାହାରି ଚରଣେ ମୁଣ୍ଡ ନଇଁଲି ॥୧॥ ମୋ ଗାଆଁ ଅଟେ ଗୋପଦାଣ୍ଡ ସତେ ସେଠି ଜଣାପଡ଼େ ସକାଳ ସଞ୍ଜ ସକାଳେ ସୁରୁଜ ମୁରୁଜ ବୁଣଇ ଗୋଧୂଳି ଲଗନେ ବୁଡ଼େ ସୁରୁଜ ॥୨॥ ଗାଆଁ ତୋଟା ମାଳେ କୋଇଲିର ସୁର ଫଗୁଣରେ ମନ ନିଅଇ କିଣି ସକାଳରେ ଶୁଭେ କୁଆ କାଆ କାଆ ରାତିରେ ପେଚାର ଗମ୍ଭୀର ଧ୍ୱନି…

ଅଧିକ ପଢ଼ନ୍ତୁ
Barasha Asila Marate

ବରଷା ଆସିଲା ମରତେ

ନିଖିଳ ଚିତ୍ତ ହରଷା ବରଷା ପହିଲି ଆଷାଢ଼େ ଆସିଲାଣି ଗ୍ରୀଷ୍ମ ସନ୍ତାପିତ ଧୂସର ଧରଣୀ ଧୀରେ ଧୀରେ ହସି ଉଠିଲାଣି ॥୧॥ ଆକାଶରେ ଭାସେ କୃଷ୍ଣ ବର୍ଣ୍ଣ ଘନ ଦିଶେ ଚପଳାର ସୁନା ଝଲକ ହଳ କର୍ଷିତ ମାଟି ଭିଜିଗଲେ ସଂଚରିତ ହୁଏ ମଧୁ ମହକ ॥୨॥ ପର୍ଣ୍ଣହୀନ ଆଉ ବର୍ଣ୍ଣହୀନ ତରୁ ଭରିଯାଏ ପୁଣି ସବୁଜିମା ସବୁଜ ଘାସରେ ନାଲି ଗୁଲୁଗୁଲୁ ସାଧବ ବୋହୁର ଉନ୍ମନା ॥୩॥ କଦମ୍ବେ ଭରିଛି ରୋମାଞ୍ଚ କୁସୁମ ଦୃଶ୍ୟ ତା’ର…

ଅଧିକ ପଢ଼ନ୍ତୁ
basanta-kalani-rajapana

ବସନ୍ତ କଲାଣି ରାଜପଣ

ଋତୁ ରୂପବନ୍ତ ବିଳାସୀ ବସନ୍ତ କରିଲାଣି ଧରାବତରଣ କୋକିଳର କୁହୁ ମଧୁପ ଗୁଞ୍ଜନେ ବସନ୍ତ କଲାଣି ରାଜପଣ ॥୧॥ ଗ୍ରୀଷ୍ମର ରୁକ୍ଷତା ବର୍ଷାର ତାଣ୍ଡବ ଶୀତର ଶିଶିର ହଜିଲାଣି ମୁଣ୍ଡିତ ବୃକ୍ଷ ବଲ୍ଳରୀକୁ ଧରି ନବ କିଶଳୟ ହସିଲାଣି ॥୨॥ ସୁମଞ୍ଜୁଳ ସବୁ ରସାଳ କୁଞ୍ଜର ବକୁଳ ଭକ୍ଷିବା ଆଶାନେଇ ପଞ୍ଚମ ତାନରେ କୋକିଳର ସୁର ଧୀରେ ସମୀରଣେ ଯାଏ ମିଳେଇ ॥୩॥ ରଙ୍ଗବେରଙ୍ଗର ଫୁଲ ମାନଙ୍କର ସଭା ବସିଲାଣି ତରୁ ଡାଳରେ ଦକ୍ଷିଣ ଦିଗରୁ ଚୋରା…

ଅଧିକ ପଢ଼ନ୍ତୁ