ସବିତା ଶତପଥୀ

ସବିତା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Kebala Saswata (କେବଳ ଶାଶ୍ୱତ) by Sabita Satapathy

କେବଳ ଶାଶ୍ୱତ

ଜୀବନ ଜିଜୀବିଷା ଖୋଜୁଥାଏ ଅହର୍ନିଶ ଭଲ ପାଇବାର ଦରୋଟି ଭାଷା ପ୍ରେମରେ ପୂର୍ଣ୍ଣତା ହିଁ ଜାଗ୍ରତ କରେ ବିଶ୍ୱାସ ଓ ଆସ୍ଥା ନୂତନ ସମ୍ଭାବନାର ଆଶା । ବାସନା ଭରା ପ୍ରେମ ଅବା ଲୋଲୁପତାର ଆୟୁଷ ବା କେତେ? ଅପଲକେ ଧରାଶାୟୀ ହୁଏ ଧୂମକେତୁ ପରି, ଅକ୍ଷମ ଆବେଗମାନେ ଛଟପଟ ହୁଅନ୍ତି ବାସି ବିଛଣାରେ… ପ୍ରତାରଣାର ଆଘାତରେ ବ୍ୟାପ୍ତ ହୁଏ ଆକାଶ ଉନ୍ମୁଖି ପ୍ରଲମ୍ବିତ ତିମିରତା । ଫଗୁଣର ସ୍ୱପ୍ନ ସବୁ ଉର୍ବଶୀର ଗାଁରେ ପାଲଟି ଯାଆନ୍ତି…

ଅଧିକ ପଢ଼ନ୍ତୁ
Odia Poem Kemiti Eka Aswasti (କେମିତି ଏକ ଆଶ୍ୱସ୍ତି) by Sabita Satapathy

କେମିତି ଏକ ଆଶ୍ଵସ୍ତି

କିଏ କହିଲା କ୍ରୀତଦାସର ବେଡ଼ି ଖୋଲି ଯାଇଛି ପାଦର ଶୃଙ୍ଖଳ ଛିଡ଼ି ଯାଇଛି, ତା’ର ନିର୍ଯ୍ୟାତନା, ଯନ୍ତ୍ରଣା, ଯାତନା ସରିଯାଇଛି? ପେଟ କାକୁର୍ତ୍ତିରେ ଭିଟାମାଟିକୁ ଛାଡ଼ି ଦାଦନ ଖଟିବାକୁ ଯାଇ, ପ୍ରାଣ ନେଇ ଫେରିଥିବା ସେଇ କଙ୍କାଳସାର ମଣିଷକୁ ଦେଖ ! ସେଇ ନିର୍ଯ୍ୟାତନା, ସେଇ ଯନ୍ତ୍ରଣା ଯାତନାର ଛାପ ଦିକ୍ ଦିକ୍ ହୋଇ ଦିଶୁଛି । ଲୋମହର୍ଷଣକାରୀ କରୁଣ ଅନୁଭୂତିର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଛି ତା’ର ପେଟ ଆଉ ପିଠିରୁ । ଦେଖ…

ଅଧିକ ପଢ଼ନ୍ତୁ