ରୁଦ୍ର ନାରାୟଣ ପାଣିଗ୍ରାହୀ

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Poem Kalankita Kaliyuga (କଳଙ୍କିତ କଳିଯୁଗ) by Rudra Narayan Panigrahi

କଳଙ୍କିତ କଳିଯୁଗ

କଳିରୁ ହିଁ ସୃଷ୍ଟି ଯୁଗ ତାଟ ଏହି ନାଁ ପୁଣି କଳିଯୁଗ । କଳଙ୍କିତ ହୋଇ ଚାଲିଥାଏ ସଦା ଧର୍ମର ଘୋର ଅଭାବ ॥ ଜୀବଙ୍କ ଭିତରେ ସର୍ବଶ୍ରେଷ୍ଠ ବୋଲି ମାନବ ଜାତିଟା ମହାନ । କଦର୍ଯ୍ୟ ପ୍ରକୃତି କଳୁଷିତ ମନ ନିଜକୁ କରୁଛି ହୀନ ॥ ବିପଦେ ପଡ଼ିଲେ ସଚେତନ ହେବା ଅଟେ ଆଜିର ନୀତି । କାମ ସରିଗଲେ ଭୁଲି ଯିବାଟା ତ ଏହି ମଣିଷର ପ୍ରକୃତି ॥ ଅଭାବ ପଡ଼ିଲେ ଈଶ୍ୱର ପ୍ରାର୍ଥନା ଭାବରେ ମଦ ଦୋକାନ ।…

ଅଧିକ ପଢ଼ନ୍ତୁ
Safalata

ସଫଳତା

“ବିଫଳତା ହିଁ ସଫଳତାର ଚାବିକାଠି”; ଏହି ଚାବି କାହା ପାଇଁ ସଫଳତାର ତାଲା ଖୋଲିଦେଉଥିବା ବେଳେ, ଅନ୍ୟ କେହି ବିଫଳତା ପରେ ହାରାଶ ହୋଇ ହଜେଇ ବସିଥାଏ ସ୍ୱଳ୍ପ ଦୂରରେ ଥିବା ସଫଳତାର ଉଜ୍ଜ୍ୱଳମୟ ଦୁନିଆକୁ । ନିଜକୁ ଅଯୋଗ୍ୟ ରୂପେ ବିବେଚିତ କରି ଲୁଚେଇ ଦିଏ ତା’ ଭିତରେ ଥିବା ମହାନ ଗୁଣକୁ । ହେଲେ ଯିଏ ସେ ଚାବି ଖୋଜି ପାଇଛି ତା’ ପାଇଁ ସଫଳତାର ତାଲା ଖୋଲିବା ସହଜରେ ପରିଣତ ହୋଇଛି । କୌଣସି କାର୍ଯ୍ୟରେ ସଫଳତା…

ଅଧିକ ପଢ଼ନ୍ତୁ
Karala Kodie

କରାଳ କୋଡ଼ିଏ

କରାଳ ରୂପରେ କୋଡ଼ିଏ ଆସିଲା, କାଳ ନେଇ ବିଶ୍ୱ ପାଇଁ କେତେ କ’ଣ ସବୁ ବଦଳିଗଲାଣି, ଛଅ ମାସ ହୋଇନାହିଁ । କରୋନା ନାମରେ ଅଜଣା ଭୂତାଣୁ, ସବୁଠି ଯାଇଛି ମାଡ଼ି ଯେତେ ଯାହା ପୁଣି ହେଇଯାଉ ପଛେ, ମାସ୍କ ଦବୁନି ଛାଡ଼ି । ପଞ୍ଜୁରୀ ଭିତରେ ମଣିଷ ବନ୍ଦୀରେ, ପଶୁପକ୍ଷୀ ଏବେ ବାହାରେ ପ୍ରଦୂଷଣ ମୁକ୍ତ ହେଉଛି ପୃଥିବୀ, ଗଡ଼ୁନି ମଟର ରାସ୍ତାରେ । ବିକଶିତ ଦେଶ ବିନାଶ ମୁଖରେ, ଖାଲି ଗଦାଗଦା ଶବ ସମସ୍ତଙ୍କର ସେହି ଗୋଟେ ଆଶା,…

ଅଧିକ ପଢ଼ନ୍ତୁ