ଭିନ୍ନ ଏକ ସ୍ୱାଧୀନତା ଦିବସ
ମନେପଡ଼େ ଆଜି ପିଲାଦିନ ସ୍ୱାଧୀନତା ଦିବସ କଥା । ସକାଳୁ ବଡି ଭୋରରୁ ଉଠି ନାନା ରଙ୍ଗ ବେରଙ୍ଗର ଫୁଲ ସଂଗ୍ରହ କରି, ଧୋବ ଫର ଫର ରିବନଫିତା ଖଞ୍ଜି ହୋଇ ସ୍କୁଲ୍ ଯାଇ ପତାକା ଉତ୍ତୋଳନ ସ୍ଥଳକୁ ଫୁଲ ଆଉ ମୁରୁଜରେ ସଜାଇ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରଗାଥାକୁ ସ୍ମରଣ କରିବା, ଭାରତୀୟ ବୋଲି ମନରେ ଗର୍ବ ଅନୁଭବ କରିବା, ସ୍ୱାଧୀନତା ଦିବସ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରି…