ସେଇ ସ୍ୱରକୁ ଅପେକ୍ଷା
ସମୟ ରାତି ଏଗାରଟା ବାଜିବାକୁ ଆଉ କେଇ ମୁହୂର୍ତ୍ତ ବାକି ଅଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ହେଉଛି । ମୋହନ ଘରୁ ବାହାରିଲା । ବର୍ଷାରେ ଓଦା ହୋଇ ସେ ଚାଲିଲା ଗ୍ୟାରେଜ ଆଡ଼େ । ନୂଆ କରି ପିନ୍ଧିଥିବା ଧଳା ପେଣ୍ଟଟି ଓଦା ହେଇ ଯାଉଥିଲା । ସେ ଗ୍ୟାରେଜରୁ ଗାଡ଼ି ଷ୍ଟାର୍ଟ କଲା । ବର୍ଷା ଓ ପବନ ପାଇଁ ସାରା ସହର ବେହାଲ । ରାସ୍ତାରେ ପାଣି, କିଛି…