ନୀଳିମା ପ୍ରିୟଦର୍ଶିନୀ ମିଶ୍ର

ନୀଳିମା ପ୍ରିୟଦର୍ଶିନୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Chakuli: Eka Mitha Abhimana (ଚକୁଳି... ଏକ ମିଠା ଅଭିମାନ) by Dr. Nilima Priyadarsini Mishra

ଚକୁଳି… ଏକ ମିଠା ଅଭିମାନ

ଛୋଟବେଳୁ ଚକୁଳି ପିଠା ସହ ଅଲଗା ସୂତାରେ ବନ୍ଧା ଥିଲା ସୁନୁ ଆଉ ସୁମିର ଛୋଟ ହୃଦୟ । ବଡ଼ ପରିବାର ବୋଲି ବୋଉ ଯେତେ ବିରି ଚାଉଳ ବତୁରେଇଲେ ବି ସମସ୍ତଙ୍କୁ ଯେ ଚକୁଳି ଅଣ୍ଟିବ ସେମିତି କେବେ ହୋଇନି । ଶେଷରେ ବୋଉ ଅଳ୍ପ ଅଟା ଆଉ ସୁଜି ଗୋଳେଇଦିଏ ଆଣରେ । ଆଉ ସେଇ ଚକୁଳିକୁ ବିକଳ ହୋଇ ଭାଗ ବସେଇବା ପାଇଁ ଚାହିଁ ରହିଥାନ୍ତି ଏଇ କୁନି କୁନି ଭାଇ ଭଉଣୀ…

ଅଧିକ ପଢ଼ନ୍ତୁ
Akuha Prema - ଅକୁହା ପ୍ରେମ

ଅକୁହା ପ୍ରେମ

ସେତେବେଳେ ଫୋନ ନଥିଲା ବୋଲି ସ୍କୁଲ ଛୁଟି ପରେ ଗାଁ ମୁଣ୍ଡ ବର ଗଛ ପାଖରେ ସବୁଦିନ ଅପେକ୍ଷା କରେ ସତ୍ୟ । ସେମିତି ଚୁପ ଚାପ ହୋଇ ଗୋଟେ କଣକୁ ଆଉଜି ଠିଆ ହୋଇ ରହିଥାଏ ତା’ ମେଘାର ଆସିବା ବାଟକୁ ଚାହିଁ । କେବେ ମୁହଁ ଖୋଲି ଭଲ ପାଏ ବୋଲି କହିବାର ସାହସ ନଥିଲା ତା’ ଭିତରେ । ମେଘା ସ୍କୁଲର ସବୁଠୁ ମେଧାବୀ ଛାତ୍ରୀ; ପାଠ ପରି ଶାଠରେ ବି ବହୁତ…

ଅଧିକ ପଢ଼ନ୍ତୁ