ମୃତ୍ୟୁଞ୍ଜୟ ପାତ୍ର

ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Aranya (ଅରଣ୍ୟ) by Mrutyunjaya Patra

ଅରଣ୍ୟ

ଟ୍ରକ୍ ଟ୍ରଲି ଓ ମିନିବସ୍, ମାଇକ୍‌ର ଅସହ୍ୟ ଶବ୍ଦ ଧୂଳି ପଟଳରେ ଭରା ଏ ଆକାଶ । ଆଖିପତା ପୋଡ଼େ ପ୍ରତ୍ୟୁଷରୁ ପ୍ରଦୋଷ କୋଳାହଳ ଭରା ଏ ନଗର ସବୁଜହରା ନିର୍ଜୀବ ଧୂସର ଠିଆ ଖାଲି ବହୁତଳ କୋଠାଘର । ମଳିନ ହୁଏ ଏ ନଗର ଛବି ହଜେ ଏଠି ମଣିଷର ଅନ୍ତରର ସ୍ୱର । ରଙ୍ଗହୀନ ମଲାଟର ବିବର୍ଣ୍ଣ ଛବି ଭଳି ମୁହଁ ଦିଶେ ନଗର ମଣିଷର ॥ ପବନରେ ଭାସିଆସେ ରାଜପଥୁ ଶୋଣିତର ଗନ୍ଧ…

ଅଧିକ ପଢ଼ନ୍ତୁ
Odia Poem Jharaka (ଝରକା) by Mrutyunjay Patra

ଝରକା

ତୋ’ ମୋ ଝରକା ଭିତରେ କେତେ ଅବା ତଫାତ୍? ଗୋଟେ ଫୋନକଲ୍ କିମ୍ବା ଗୋଟେ ଟେକ୍ସଟ୍ ମ୍ୟାସେଜର ଦୂରତା କେବେ ମାପିନି ସେ ଲମ୍ବା ରାସ୍ତାଟା ଯେଉଁଟା ମୋ ଝରକା ଫାଙ୍କରୁ ଦିଶେ ଆଉ ତୋ’ ଝରକାଟିରେ ଶେଷ ହୁଏ । ଅଙ୍କରେ ବହୁତ ଦୂର୍ବଳ ତ ଦୈର୍ଘ୍ୟ ପ୍ରସ୍ଥ ପରିସୀମା ଆଦି ମାପିବାକୁ ସାହସ ପାଏନି ତୋ’ ଝରକା ଫାଙ୍କରୁ ସୂର୍ଯ୍ୟାସ୍ତଟା ଭଲକି ଦିଶେ ତୋ’ ଝରକାରୁ ଜନ୍ମ ନିଏ ଆଉ ମୋ ଝରକା ବେଳକୁ…

ଅଧିକ ପଢ଼ନ୍ତୁ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା କ’ଣ ହୋଇପାରେ ଜୀବନର ପରିଭାଷା ବାସ୍ତବବାଦ କ’ଣ ଆଣିପାରେ ଦିଗହିନ ପବନ ପାଇଁ ବ୍ୟତିକ୍ରମ?? ଆଛା କହ ତ, ନିରବ ଝଡ଼ରେ ଆହତ ସେ ଜୁଳୁଜୁଳିଆ ପୋକର ଆୟୂଷ କିଏ ନିର୍ଦ୍ଧାର କରେ? ଶେଷ ନିଶ୍ୱାସ ଯାଏ ସେ ଯେଉଁ ଆଲୁଅ ବାଣ୍ଟେ କିଏ କ’ଣ ତାକୁ ଲୋଡ଼େ !? ସେ ଆଲୁଅ ଟିକକ ବାଟବଣା ହେଲାପରେ କେଉଁ ଏକ ଅନ୍ଧାରୀ ଗହିରୀରେ ତାରାମାନେ ତ ପରଦେଶୀ ଛାଡ଼ ମ ତାଙ୍କ କଥା…

ଅଧିକ ପଢ଼ନ୍ତୁ
Odia Poem Shita (ଶୀତ) on Winter by Mrutyunjay Patra

ଶୀତ

ଶୀତ ଋତୁ ନୁହେଁ ତ ବରଂ ଗୋଟେ ମିଠା ଆଶ୍ଳେଷଟେ, ଅଧାମରା ସମ୍ପର୍କକୁ ଯେ ନିଶ୍ୱାସଟେ ଫେରେଇଦିଏ, ଅଲୋଡ଼ା ଶବ୍ଦକୁ ଲୋଡ଼ିବାପଣର ଲୁହରେ ଭିଜେଇଦିଏ ଓଠରେ ନାଲି ବୋଳିବାକୁ ସାହସଦିଏ । ହଁ, ମୁଁ ରଙ୍ଗବୋଳେ ମୁହଁରେ ଆଉ ଗାଢ଼ ନାଲି ଓଠରେ ପଶୁତ୍ୱର ଦାଗକୁ ମୋ ଦେହରୁ ଲୁଚେଇଦବା ଚେଷ୍ଟାରେ, ଶୀତ ଲୁଚେଇଦିଏ ମୋ ଫଟା ଓଠ ପଛରେ ହିଂସ୍ରତାର ଗୋଟେ ନଗ୍ନ ରହସ୍ୟକୁ, ଆଉ ମୁଁ ପୁଣି ହଜିଯାଏ ରଙ୍ଗରେ, ନାଲିରେ ଫି ଦିନ…

ଅଧିକ ପଢ଼ନ୍ତୁ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ…

ଅଧିକ ପଢ଼ନ୍ତୁ