ମୋନାଲିସା ସ୍ୱାଇଁ

ମୋନାଲିସା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Maa Asileni

ମା’ ଆସିଲେଣି

ଅନ୍ଧାର ଛାତିରୁ କମ୍ବଳ ଉତାରି ସକାଳ ତ ହସିଲାଣି… ସବୁଜ ଘାସକୁ ମୁକ୍ତା ହାର ଦେଇ କାକର ସଜାଇଲାଣି… ଦେହରେ ଶୀତୁଆ ଶିହରଣ ଖେଳେ ମନ ଉଚ୍ଛନ୍ନ ହେଲାଣି… ନଦୀ, ହ୍ରଦ ସବୁ ପରିଷ୍କାର ଦିଶେ ସ୍ରୋତସ୍ୱିନୀ ପୁଷ୍କରିଣୀ… ଦୂର ଦିଗ୍‌ବଳୟେ କୁହୁଡ଼ିର ଛାୟା ପଦ୍ମ ବୃନ୍ତ ମେଲିଲାଣି… କାଶତଣ୍ଡୀ ଫୁଲ କେଶ ବିନ୍ୟାସରେ ଶରତ ଡାକ ଦେଲାଣି… କୁଆଡ଼େ ଗଲ ହେ ପୃଥିବୀ ବାସୀ ଏ ବେଗେ ସଜ ହୁଅ ପୁଣି… ଚଉଦିଗୁ ଶୁଭେ ମା’…

ଅଧିକ ପଢ଼ନ୍ତୁ
Alpa Alapa

ଅଳ୍ପ ଆଳାପ

ସବୁ କିଛି ହୋଇଗଲା ସ୍ତବ୍ଧ, ନୀରବ ଅଚିହ୍ନା ଅଜଣା ଆଖିର ଭାଷା ମାତ୍ର କେଇ ମୁହୂର୍ତ୍ତର ମୁହେଁ ଥିଲା ଉଦାସର ଛୋଟିଆ ପ୍ରାଚୀର । ଚୁପ୍ ଚାପ୍ ଦୁଇ ଓଠ ବାସ୍ ଢଳ ଢଳ ଚାରି ଆଖି ଚାହିଁବା ଥିଲା ନ ଚାହିଁବା ପରି ମନେ ହୁଏ ଶବ୍ଦ ଆଉ ଭାଷାର ହେବ ବୋଧେ ବିରାଟ ବୃଷ୍ଟି ମିଶା ଝଡ଼ । ଫଡ଼ ଫଡ଼ ଉଡ଼ୁଥିବା ଓଢ଼ଣୀର ତାଣ୍ଡବ ଶୁଭୁଥିଲା କାନରେ କେବଳ ସବୁ କିଛି ଶୁନ୍‌ଶାନ୍…

ଅଧିକ ପଢ଼ନ୍ତୁ