ମୁକ୍ତିର ସ୍ୱଗତୋକ୍ତି
ଧର୍ମ ଅଧର୍ମ, ପାପ ପୁଣ୍ୟ, ଭଲ ମନ୍ଦର ଝିମିଟି ଖେଳରେ ଜୀବନୋତ୍ତର ପରିଧି ଆମ ଖିଆଲି ଦିମାଗ୍ର ବହିର୍ଭୂତ ମନେହୁଏ । ଚିକିମିକି ସ୍ୱପ୍ନିଳ ଭବିଷ୍ୟତ ଓ ଉଲ୍ଲସିତ ବର୍ତ୍ତମାନର ଛାଇତଳେ ଜୀବନ କେତେବେଳେ କଡ଼ ଲେଉଟାଏ ଜଣାପଡ଼େ ନାହିଁ । ଉପନୀତ ହୁଏ ଜୀବନ ରାସ୍ତାର ଶେଷ ଦୋଛକି… ଗୋଟିଏ ଲମ୍ୱିଥାଏ ମାୟା ସଂସାରର ଅପୂରଣୀୟ ଭୋଗବିଳାସ ଆଡ଼କୁ ଏବଂ ଆରଟି ଅନ୍ତଃକରଣରୁ ନିଃସୃତ ଭଗବତ ପରାଣୟତାର ତୃଷ୍ଣା ସାଗର ଆଡ଼କୁ । ବିକଳ ହୋଇଉଠେ ଆତ୍ମା ପକ୍ଷୀଟି ତା’ର…

