ଲକ୍ଷ୍ମୀକାନ୍ତ ବେହେରା

ଲକ୍ଷ୍ମୀକାନ୍ତ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Tini Tanka Pachash Paisa (ତିନି ଟଙ୍କା ପଚାଶ ପଇସା) by Laxmikanta Behera

ତିନି ଟଙ୍କା ପଚାଶ ପଇସା

ସରସ୍ୱତୀ ପୂଜା କି ଗଣେଶପୂଜା ଆସିଲେ ମୋ ମନ କୁଣ୍ଢେମୋଟ ହେଇଯାଏ, କାରଣ ଗୋଟେ ପଟେ ସ୍କୁଲର ପୂଜା ଅନ୍ୟଟି ହେଲା ବହୁ ପ୍ରତିକ୍ଷୀତ ଏକ ସୁନ୍ଦର ଖାଦ୍ୟ ଖାଇବାର ମଉକା ମିଳେ । କେଜାଣି କାହିଁ ପୂଜା ପୂର୍ବ ଦିନ ରାତିଟା ବି ଅଧିକ ଲମ୍ବା ଭଳି ଲାଗେ । ସବୁ ପିଲାଙ୍କ ପରି ସକାଳୁ ଉଠି, ଫୁଲ ତୋଳି ଗାଧେଇ ହେଇ ନୂଆ ଡ୍ରେସ ପିନ୍ଧି ମା’ ପାଖେ ହଜାର ହେଇଯାଏ । ମାଆ…

ଅଧିକ ପଢ଼ନ୍ତୁ
Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ…

ଅଧିକ ପଢ଼ନ୍ତୁ
Chocolate

ଚକଲେଟ

ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।” ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ…

ଅଧିକ ପଢ଼ନ୍ତୁ