ଅତି ଲୋଭ ବିପଦ
ଦେବଦତ୍ତ ନାମକ ଜଣେ ଗରିବ ବ୍ରାହ୍ମଣ ଏକ ଗାଁରେ ବାସ କରୁଥିଲେ । ସେ ଠାକୁର ପୂଜାର୍ଚ୍ଚନା ଓ ପୁରାଣପାଠ ଆଦିରୁ ଯାହା ରୋଜଗାର କରୁଥିଲେ, ଚଳିବାକୁ କଷ୍ଟ ହେଉଥିଲା । ଏହା ସହିତ ତାଙ୍କର ଅଳ୍ପ ଚାଷ ଜମିରୁ ଆୟ ମିଶି ଯାଉଥିଲା । ହେଲେ ବ୍ରାହ୍ମଣ ଜଣକ ଭାରି ଈଶ୍ୱର ବିଶ୍ୱାସୀ ଥିଲେ । ସେହି ବ୍ରାହ୍ମଣଙ୍କର ଚାଷଜମି ହୁଡ଼ାରେ ଏକ ବିରାଟ ବୃକ୍ଷମୂଳେ ଉଈ ହୁଙ୍କାଟିଏ ଥାଏ । ଜମିରେ କାମ କଲାବେଳେ…