କୁନା କୁମାର ଦାଶ

କୁନା କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Corona Hatao (କରୋନା ହଟାଅ) by Kuna Kumar Das

କରୋନା ହଟାଅ

ପିଶାଚ ସାଜିଛି କରୋନା ରାକ୍ଷସ ଧରି ଅଦୃଶ୍ୟ ବେଶ, ପ୍ରଥମଠୁ ଯାଇ ଦ୍ଵିତୀୟକୁ ଗ୍ରାସେ ସେଠୁ ଖୋଜେ ସାମବେଶ । ବିନା ଅସ୍ତ୍ରରେ ବିନା ଗର୍ଜନରେ ଚଳାଏ ଅଦୃଶ୍ୟ ଗୁଳି, ସାରା ବିଶ୍ୱର ଅସହାୟ ପ୍ରାଣ ପଡ଼େ ନିତି କେତେ ଟଳି । ତା’ର ବିରୁଦ୍ଧରେ ଏକ ସାରା ବିଶ୍ୱ ବାସ୍ତବ ଏ ବିଶ୍ୱ ଯୁଦ୍ଧ, ପରମାଣୁ ବୋମା କାମ କରୁନାହିଁ କା’ ପାଖେ ନାହିଁ ଆୟୁଧ । ମନୁଷ୍ୟ ତାହାକୁ ସାମନା ଯୁଦ୍ଧରେ ପାରିବନି ବୋଲି…

ଅଧିକ ପଢ଼ନ୍ତୁ
Maa Maa

ମାଆ ମାଆ

ପ୍ରଥମ ପରଶେ ଯା’ର ପୁଲ୍ଲକିତ ହିଆ, ବକ୍ଷକୁ ଜାବୁଡ଼ି ଧରି ଦେଖିଲି ଦୁନିଆ । ବକ୍ଷାମୃତ ପିଇ ଡାକ ଦେଲି କୁଆଁ କୁଆଁ, କାହାକୁ ଜାଣିନଥିଲି ଥିଲି ନୂଆଁ ନୂଆଁ । ଚିହ୍ନାଇଲ ହେ ମା’ ଦୁର୍ଗା ଇଏ ତୋ’ର ମାଆ… ଇଏ ତୋ’ର ମାଆ, ଯା’ର ଛାଇ ତଳେ ରହି ଦେଖିବୁ ଦୁନିଆ । ପ୍ରତିବର୍ଷ ମାଆ ମୋର ଦୂର୍ଗାପୂଜା କରେ, ଘରେ ପୂଜା କରେ ପୁଣି, କରେ ମଣ୍ଡପରେ । ବୁଲାଇ ବୁଲାଇ ଆଣେ…

ଅଧିକ ପଢ଼ନ୍ତୁ
ନାରୀ ପାଇଁ ରାଜା କିଏ

ନାରୀ ପାଇଁ ରାଜା କିଏ..?

ନାରୀ ପାଇଁ ରାଜା କିଏ ପଚାରୁଛି ନାରୀ, କେଉଁ ରାଜା ଶାସନରେ ଅଛି ସେ ନିସ୍ତରି? କୌରବ ରାଜ ସଭାରେ ହୋଇଛି ଉଲଗ୍ନ, ପାଣ୍ଡବ ହାରିଛି ତାକୁ ହୋଇ ଜୁଆ ମଗ୍ନ । ରାବଣ ରାଜା ତାକୁ ହରଣ କରିଛି, ରାମକୁ ରାଜା କରି ସେ ଅନଳେ ପଶିଛି । ଡାକୁକୁ ଭୟ କରି ଧର୍ଷିତା ହୋଇଛି, ସନ୍ଥକୁ ଭରସା କରି ଜିଅନ୍ତା ଜଳିଛି । ମୁସଲମାନ ଭଲ କହି ତଲାକ୍ ପାଇଛି, ହିନ୍ଦୁର ସତୀ ଦାହରେ…

ଅଧିକ ପଢ଼ନ୍ତୁ