ଜ୍ୟୋତ୍ସ୍ନା ଜେନା

ଜ୍ୟୋତ୍ସ୍ନା ଜେନା ଓଡ଼ିଆ ଭାଷାରେରେ ବିଭିନ୍ନ ପ୍ରକାରର ଗପ, କବିତା ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କ ଲେଖାଗୁଡ଼ିକ ଆଦୃତିଲାଭ କରିଛି ।

Odia Short Story Thaku Aei Ra Kalia Suna (ଠାକୁ ଆଈର କାଳିଆ ସୁନା) by Jyotsna Jena

ଠାକୁ ଆଈର କାଳିଆ ସୁନା

ଆଈ ସମସ୍ତଙ୍କୁ ଖୁବ ସ୍ନେହ କରେ । କିନ୍ତୁ ସେ ସ୍ନେହରେ ସବୁଠୁ ଅଧିକ ଭାଗ ଅମ୍ଭାର ଘର କୋଣକୁ ଠାକୁର ମଣ୍ଡପରେ ଜଳ ଜଳ କରି ଚାହିଁ ବସିଥିବା କାଳିଆ ଠାକୁରର । ଏମିତି କହୁଥିବ ଯେମିତି କାଳିଆ ଠାକୁର ନୁହଁ ଆମରିମାନଙ୍କ ପରି ତା’ର ଆଉଗୋଟେ ନାତୀ ସେ ! – ଆଈ ! ଦିନ ୧୧ଟା ହେଲାଣି ଖାଇବୁନିକି? – ହଁ ହଁ… ଏଇତ ତୁଠରୁ ଫେରିଲି, ମାଇଁକୁ କହ ବଢ଼ାବଢ଼ି କରୁ…

ଅଧିକ ପଢ଼ନ୍ତୁ
Asajada Samikarana

ଅସଜଡ଼ା ସମୀକରଣ

ଅଧାଅଧି ଜୀଇଁଥିବା ଏ ଜୀବନ କିଛି ଆମ୍ବ ତୋଟା ନଈ କୂଳ ପବନ ଆଉ କିଛି ରୁନ୍ଧି ଦେଉଥିବା ସପନ ପଚାରନା ଲାଭ କ୍ଷତି ଭାରି ଅସଜଡ଼ା ଅବୁଝା ଏ ସମୀକରଣ । ଅଧାଅଧି ବୟସରେ ବାଟଭୁଲେ ଏ ମନ କିଛି ପ୍ରେମ କିଛି ଦହନ ଆଉକିଛି ଗତସ୍ମୃତି କଳଙ୍କିତ ମଲାଜହ୍ନ ପଚାରନା ପ୍ରେମିକା ନା ପ୍ରତାରଣା, ସେ ଇତିହାସ ବଡ଼ ଗହନ । ଅଧାଅଧି ରାସ୍ତାରେ ମଧ୍ୟାହ୍ନର ଆହ୍ୱାନ କିଛି ଛାଇ କିଛି ଜ୍ୱଳନ ଆଉକିଛି…

ଅଧିକ ପଢ଼ନ୍ତୁ
delft

ଅଚିହ୍ନା ସହରେ ମୁଁ

ଡେଲ୍ଫଟ୍ । ସକାଳୁ ସକାଳୁ ସ୍କିପୋଲ ଏଆରପୋର୍ଟରୁ ମଟ୍ରୋ ଯୋଗେ ପହଞ୍ଚି ଗଲି । କର୍ମ ସଂସ୍ଥାନରେ କିଛି ଔପଚାରିକତା ସରିବାପରେ ଦିଆଯାଇଥିବା ବାସସ୍ଥାନ ଆଡ଼କୁ ଚାଲଲି । ହାତରେ ଇନଷ୍ଟିଚ୍ୟୁଟ ପ୍ରଦତ୍ତ ମ୍ୟାପଟିଏ । ମ୍ୟାପ ପଛପଟେ ଡେଲ୍ଫଟ ସହରର ସଂକ୍ଷିପ୍ତ ବିବରଣୀ । ନେଦରଲ୍ୟାଣ୍ଡର ପଶ୍ଚିମକୁ ଅଛି ଏଇ ଛୋଟିଆ ସହର । ଛୋଟ ହେଲେ ବି ବିଶ୍ୱ ପ୍ରସିଦ୍ଧ ଦୁଇଟି କାରଣ ପାଇଁ । ପ୍ରଥମତଃ ଡେଲ୍ଫଟ ଇଉନିଭର୍ସିଟି ଅଫ ଟେକ୍ନୋଲୋଜି ଯାହାକି…

ଅଧିକ ପଢ଼ନ୍ତୁ
sahajatri

ସହଯାତ୍ରୀ

ଆଜି ଫେରିବାର ଅଛି ଆଉ ଥରେ ଆସିବି କି ନାହିଁ ଜଣା ନାହିଁ କ’ଣ ନେବି କ’ଣ ଛାଡ଼ି ଯିବି? ଅଳନ୍ଦୁ ଭିଡ଼ରେ ପରିଚୟର ଧସ୍ତାଧସ୍ତିରେ କିଛି ମୁହୁର୍ତ୍ତ ଝୁଲୁଛି କାଚ ବନ୍ଧେଇରେ, ସମୟକୁ ହରେଇଥିବା ସ୍ମୃତିର ଆଲବମ ଏବେ ଚାପି ହେଇଯାଇଛି ନୂଆ ଲୁଗାର ପରସ୍ତରେ ଅବିଶ୍ୱାସୀ ଅନ୍ଧାରରେ ହାତ ଛାଡ଼ିଦେଇଥିବା ଛାଇ ଏବେ ନିଜେ ପଥ ହରା କୁହୁଡ଼ି ଭରା ଜୀବନ ଦୋଛକିରେ କାହାକୁ କରିବି ସହଯାତ୍ରୀ? ହିସାବ ନିକାଶ ପରେ ଖୋଜି ପାଇଲି…

ଅଧିକ ପଢ଼ନ୍ତୁ