ଜ୍ୟୋତିରଞ୍ଜନ ସାହୁ

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।

Odia Story Tumaku Apeksha Kari (ତୁମକୁ ଅପେକ୍ଷା କରି) by Jyotiranjan Sahu

ତୁମକୁ ଅପେକ୍ଷା କରି

ଆଜି ଅନେକ ଦିନପରେ ଆଦିତ୍ୟ ପୁଣି ଫେରିଛି ନିଜ ଅତୀତ ପାଖକୁ ଯାହାକୁ କୋଡ଼ିଏ ବର୍ଷ ଆଗରୁ ସେ ଛାଡ଼ିଦେଇଯାଇଥିଲା । ବହୁତ ସାହସ ସଞ୍ଚୟ କରି ସିଏ ଆଜି ଆସିଛି କଲ୍ୟାଣୀ ପାଖକୁ । କିଛିପାଇବା ଆଶାରେ ନୁହେଁ କି କିଛି ଦେବା ଆଶାରେ ନୁହେଁ ଆସିଛି ପ୍ରାୟଶ୍ଚିତ ପାଇଁ । ହେଲେ କଲ୍ୟାଣୀ ! ସେ କ’ଣ ତାକୁ କେବେ କ୍ଷମା ଦେଇପାରିବ ! ଏମିତି ଅନେକ କଥା ଭାବିଭାବି ପାଦ ଯୋଡ଼ିଏ ଆଗକୁ…

ଅଧିକ ପଢ଼ନ୍ତୁ
Odia Story Ea Para Jane Bapa (ଇଏ ପରା ଜଣେ ବାପା) by Jyotiranjan Sahu

ଇଏ ପରା ଜଣେ ବାପା

ଗତରାତିରୁ ଲାଗିରହିଛି ଝିପିଝିପି ବର୍ଷା ! ସେହି ଝିପିଝିପି ବର୍ଷାରେ ଫଗୁ ମଉସା ବାଡ଼ିଖଣ୍ଡେ ଧରି ବାହାରି ପଡ଼ିଛନ୍ତି ଘର ବାହାରକୁ ! ହାତରେ ଖଣ୍ଡେ ଛତା ଆଉ ଆଖିରେ ସ୍କ୍ରଚ୍ ପଡ଼ିଥିବା ପୁରୁଣା କାଚ ଚଷମାଟିଏ । ଚାରି ଆଡ଼େ ଅନ୍ଧାର; ସୂର୍ଯ୍ୟ ଉଇଁବାକୁ ଆହୁରି ବେଶ୍ କିଛି ସମୟ ଅଛି ! ହେଲେ ଫଗୁ ମଉସା ସେହି ଅନ୍ଧାର ବର୍ଷା ରାତିକୁ ଖାତିରି ନକରି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ ! ବର୍ଷାର ଶୀତଳତା…

ଅଧିକ ପଢ଼ନ୍ତୁ
Odia Story Sei Pagali Jhiata (ସେଇ ପାଗଳି ଝିଅଟା) by Jyotiranjan Sahu

ସେଇ ପାଗଳି ଝିଅଟା

ଜାତୀୟ ରାଜପଥର ହେବ ସମ୍ପ୍ରସାରଣ । ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି । ଘର ଯେତେବେଳେ ଭଙ୍ଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା…

ଅଧିକ ପଢ଼ନ୍ତୁ
Nonveg

ନନ୍ ଭେଜ୍

ସମୀରଙ୍କୁ ବାହା ହୋଇ ଆସିବା ଦିନଠାରୁ ଲୋପାର ପାଟିଟା ପାଣିଚିଆ ହୋଇଗଲାଣି । କେମିତି ହୁଅନ୍ତାନି ଯେ ! ସପ୍ତାହକୁ ଚାରିଦିନ ନନ୍ ଭେଜ ଖାଉଥିବା ଝିଅଟା ଏହା ଭିତରେ ଚାରି ମାସ ହୋଇଗଲାଣି ମାଂସ ବାସନା ବି ଟିକିଏ ପାଇନାହିଁ ଯେ ! ସମୀର କୁଆଡ଼େ ଭେଜି । ଓଃ! ଯଦି ସେ ବାପାବୋଉଙ୍କ କଥାରେ ସେଦିନ ଅବାଧ୍ୟ ହୋଇପାରିଥାନ୍ତା; ତାହା ହେଲେ ତାକୁ ଏ ଭେଜି ଲୋକଟାକୁ ବାହା ହେବାକୁ ପଡ଼ିନଥାନ୍ତା ! ସବୁ…

ଅଧିକ ପଢ଼ନ୍ତୁ
Fight: Me and Myself

ଫାଇଟ୍: ମୁଁ ଆଉ ମୋ ସହ

ଆଜି ପୁରା ଦରଖଳି ଗାଆଁର ସବୁଆଡ଼େ ଚର୍ଚ୍ଚା । ଚର୍ଚ୍ଚାର କାରଣଟା କ’ଣ ଜାଣନ୍ତି? କାରଣଟା ହେଉଛି ଆଜି ସେହି ଗାଆଁର ସମସ୍ତଙ୍କର ଅତି ଆପଣାର ଗପୁ ଭାଇ ମନୋନୀତ ହୋଇଛନ୍ତି ସାହିତ୍ୟ ଏକାଡ଼଼େମୀ ପୁରସ୍କାର ପାଇବାପାଇଁ । ସାଙ୍ଗମାନେ ସତେଅବା ପାଗଳ ହୋଇଯାଇଛନ୍ତି ଏଖବର ଶୁଣିବାପରେ । ଗପୁ ଭାଇର ପରିବାର ଲୋକ ଏପର୍ୟ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ଗପୁ ଆଜି ସାହିତ୍ୟ ଏକାଡ଼଼େମୀ ପୁରସ୍କାରର ବିଜେତା । ନିଜେ ଗପୁ ମଧ୍ୟ ବିଶ୍ୱାସ କରିପାରୁନଥାଏ…

ଅଧିକ ପଢ଼ନ୍ତୁ