ବିଦେଶରେ ଭାରତୀୟଙ୍କୁ ସମ୍ମାନ
କିଛିମାସ ତଳେ ଏକ ଦଳ ସହ ୟୁରୋପ ଭ୍ରମଣରେ ଯାଇଥିଲି । ସମୁଦାୟ ୧୦ଟି ଦେଶ ବୁଲି ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିଲୁ । ୪୮ ଜଣ ଯାତ୍ରୀ ବିଭିନ୍ନ ସହରରୁ ଦିଲ୍ଲୀରେ ଏକତ୍ରିତ ହୋଇ ଏୟାରଇଣ୍ଡିଆ ଫ୍ଲାଇଟ୍ରେ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ଲଣ୍ଡନ ସହରର ଲୋକସଂଖ୍ୟା ପ୍ରାୟ ଏକକୋଟି, ଭାରତର ପୂର୍ବତନ ଶାସକମାନଙ୍କ ସହର । ଏଠାରେ ଥିବା ଟେମ୍ସ ନଦୀ ଚଉଡ଼ାରେ ଦୀର୍ଘ ନୁହେଁ କିନ୍ତୁ ସ୍ରୋତସ୍ୱିନୀ । ତା’ର…