ଯାତ୍ରା ଚାଲିଛି
ମୋ ଝିଅ ଗୁଡଲିକୁ ପାଞ୍ଚବର୍ଷ ହେଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେ ବୁଝିପାରୁଥିଲା । ଯଦିଓ ସେସବୁର ଜଟିଳ ଦିଗ ପ୍ରତି ତା’ର ଅନୁଶୀଳନ କ୍ଷମତା ଥିଲା ସିମୀତ । ଉଦାହରଣ ସ୍ଵରୁପ; ସେଦିନ ସକାଳେ ମୋ ସହିତ ବଜାରରୁ ଔଷଧ ପାଇଁ ଗଲାବେଳେ ଗୁଡଲି ମତେ ପଚାରିଲା, “ବାବା, ଜେଜେମା’ ଯେତେ କାଶିଲେ ବି, ମାମା ତୋତେ ଓଷଦ (ଔଷଧ) ଆଣିବାକୁ କେବେ କହେନି, ଓଲଟା ଜେଜେମା’ ଉପରେ ଗରଗର ହେଉଥାଏ । ହେଲେ…