ଧୀରେନ ବାଗ

ଧୀରେନ ବାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tame Au Mun (ତମେ ଆଉ ମୁଁ) by Dhiren Bag

ତମେ ଆଉ ମୁଁ

ଚାଲନା ଆଜି, ସମୟଠୁ କିଛି ସମୟ ମାଗି ଖାଲି ଶାନ୍ତିରେ ଗପିବା ତମେ ଆଉ ମୁଁ ବିଦୀର୍ଣ୍ଣ ଦିଶୁଥିବା ଫଗଣଠୁ କିଛି ଫଗୁ ଆଣି ନିଜ ନିଜ ନିଷ୍ପାପ ହୃଦୟ ଆଉ ମନେ ଗାଢ଼ ରଙ୍ଗରେ ରଙ୍ଗେଇବା ତମେ ଆଉ ମୁଁ ସମ୍ପର୍କର ଅଭେଦ୍ୟ ଦୁର୍ଗକୁ ଶଇତାନୀ ସ୍ୱପ୍ନ ମହଲେ ଆପେକ୍ଷିକ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ଏକ ବିନ୍ଦୁରୁ ଦିବିନ୍ଦୁ ସାଜି ଏଇ ଦିଗନ୍ତ ବିସ୍ତାରୀ ସୀମାହୀନ ନିଳାଭ ଆକାଶ ବୁକୁରେ ଡେଣା ଝାଡ଼ିଝାଡ଼ି ଉଡ଼ିବା ତମେ…

ଅଧିକ ପଢ଼ନ୍ତୁ
Bhanga Hrudaya

ଭଙ୍ଗା ହୃଦୟ

ତୁମେ ଯିବା ପରେ ପରେ ମୁଁ ସମ୍ପୂର୍ଣ୍ଣ ଏକା ମୋ ପାଶେ କିଛି ନାହିଁ ନିସ୍ତବ୍ଧତା ଭିତରେ କେବଳ ସେଇ ଭଙ୍ଗା ହୃଦୟ ଖୁବ୍ ଜୋରରେ ସ୍ପନ୍ଦନ ହେଇ ବୋଲ ନମାନି ଗୁମୁରି ଗୁମୁରି କାନ୍ଦୁଛି । ଯେତେ ବୁଝାଇଲେ କୋହଭରା ହୃଦୟଟା ଭିତରେ ଭିତରେ ଜଳି ଜଳି ଛାରଖାର ହେଇ ପାଉଁଶ ପରି ଉଡ଼ିଲାଣି । କେମିତି ବୁଝାଇବି ଏ ଭଙ୍ଗା ହୃଦୟ ତୁ ସ୍ଥିର ହେଇ ଯାଆ ଦିନେ ଆସିବ ଶ୍ରାବଣ ପୁଣି ଛୁଇଁବ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଜୀବନ କେବେ ଗୋଲାପର ଶେଯ ତ କେବେ ତତଲାବାଲିର କଣ୍ଟକିତ ଚଲାପଥ । ମିଠା ମିଠା ସପନେ ରଙ୍ଗମୟ ଦୁନିଆରେ ଖୋଜିବୁଲେ ନିଜକୁ ହେଇ କ୍ଷତବିକ୍ଷତ । ଜୀବନ ଶ୍ରାବଣର ଉଛୁଳା ନଈ ବସନ୍ତର ମହକିତ ବନ ଆଉ ଶରତ ସନ୍ଧ୍ୟାର ଫୁଲେଇ ରୂପା ଜହ୍ନ । ଏ ଜୀବନ କୁହୁଡ଼ିର ପ୍ରହେଳିକା ପ୍ରେମ ଗୀତି ଗାଇ ଧାଏଁ ପଥେ ପଥେ ଖୋଜି ନିଜ ପଦ ଚିହ୍ନ । – ଧିରେନ୍ ବାଗ୍ ଧୀରେନ ବାଗଧୀରେନ ବାଗ…

ଅଧିକ ପଢ଼ନ୍ତୁ
Kape Cha

କପେ ଚା’

ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ ଶହ କୈଫତ ଫେରାଦ କରି ଚାଲ ଗୋଟିକ ପରେ ଗୋଟିଏ ଅସମାହିତ ଫର୍ଦ୍ଦ ଆଉ ତମ ଅସହିଷ୍ଣୁତାର ଅମାନିଆ ପ୍ରଶ୍ନ ।। ମୁଁ କିନ୍ତୁ ନିରୁପାୟ ନା ଏପଟ ନା ସେପଟେ ତମ ପରଷା ଚା’କୁ ଓଠକୁ ଓଠ ଚାପି ଖୁବ୍…

ଅଧିକ ପଢ଼ନ୍ତୁ