ମାୟା
ଡରଭୟ… କ’ଣ ଜାଣିନଥିଲେ ସେ, ସୀମାରେ ଶତ୍ରୁବାହିନୀ ଉପରେ ଭୟଙ୍କର ଆକ୍ରମଣ ସମୟରେ ବି ତାଙ୍କ ହାତ କେବେ ଥରି ଉଠି ନଥିଲା ଯାହା କୁହନ୍ତି ମେଜର ପ୍ରତାପଙ୍କର ସହକର୍ମୀମାନେ, ହେଲେ ଡର ଯେ ଦିନେ ତାଙ୍କ ମନରେ ଘର କରିଯିବ ତାହା ସେ କେବେ କଳ୍ପନା କରିନଥିଲେ ! ନିଜ ମୃତ୍ୟୁକୁ ନୁହେଁ ବରଂ ପରିବାର ପ୍ରିୟଜନଙ୍କୁ ହରାଇବାର ଭୟ ! ମେଜର ପ୍ରତାପ ଭାରତୀୟ ସେନାରୁ ଅବସର ପ୍ରାପ୍ତ ହେବାପରେ ତୁରନ୍ତ କାମରେ ଲାଗିପଡ଼ିଲେ…