ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ
ମୋ ଜୀବନର ଏଇ ଚଲା ପଥରେ ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ ମଧ୍ୟ, ମୁଁ ମୋର ହୃଦୟର ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି । କ’ଣ ମୁଁ ଏହିପରି ତୁମରି ସ୍ମୃତିରେ କଣ୍ଟକିତ ଶର ଶଯ୍ୟାରେ, ମୋ ଜୀବନକୁ ଅତିବାହିତ କରୁଥିବି? କେତେ ଦିନ ଏପରି ହୃଦୟରେ ଅନେକ କଷ୍ଟ ଧରି, ଏ ଅସ୍ଥିର ସମାଜ ସାମ୍ନାରେ, ଛଦ୍ମବେଶୀ ଏ ହସର ମୁଖାଟାକୁ ପିନ୍ଧି ବୁଲୁଥିବି? “ମହାପ୍ରଭୁ” ଏମିତି କେତେ ବଡ଼ ଭୁଲ…