ବିସ୍ମିତା ସାହୁ

ବିସ୍ମିତା ରାଣୀ ସାହୁ ପେଶାରେ ଜଣେ ଅଧ୍ୟାପିକା ଏବଂ ନିଶା ତାଙ୍କର ଗପ ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ଆଦିରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଲିପ୍‌ଷ୍ଟିକ୍ ପ୍ରଥମା ପ୍ରକାଶନ ଦ୍ୱାରା ଆତ୍ମ ପ୍ରକାଶ କରିଛି ।

Prakruta Dharma

ପ୍ରକୃତ ଧର୍ମ

ଓଃ କି ଖରା । ମାନିର ମୁଣ୍ଡ କ’ଣ ହେଇଯାଉଛି । ତାକୁ ଜଲଦି ଜଲଦି ଘରକୁ ଯିବାକୁ ପଡ଼ିବ । ଝିଅର ଖୁସି ପାଇଁ ଏ ଖରାଟାରେ ଡ୍ରେସ କିଣିବାକୁ ଆସିଲା । କାଲି ତା’ ଝିଅର ଜନ୍ମଦିନ । କାମ ଭିତରେ ସେ କେମିତି ଭୁଲିଗଲା ଏକଥା? ଆଜି ଯଦି ସେ ନ କିଣିଥାନ୍ତା ତେବେ ଜନ୍ମଦିନଟାରେ ତା’ ଗେହ୍ଲି ଝିଅ ଲିତୁନ୍ ପୁରୁଣା ଡ୍ରେସ ପିନ୍ଧିବାକୁ ବାଧ୍ୟ ହେଇଥାନ୍ତା । ମାଆ ହେଇ…

ଅଧିକ ପଢ଼ନ୍ତୁ
Kata Gudi

କଟାଗୁଡ଼ି

ସରିତା ହାତରେ ଲଟେଇ ଓ ଗୁଡ଼ି ଧରି ପାଦ ଚାପି ଚାପି ଛାତ ଉପରକୁ ଆସିଗଲା । ନା……….. କେହି କୁଆଡ଼େ ନାହାନ୍ତି । ସକାଳ ହେବାକୁ ଆଉ ଟିକେ ଡେରି ଅଛି । ଏଇଟା ହିଁ ଉପଯୁକ୍ତ ମାହେନ୍ଦ୍ର ବେଳା । ଲମ୍ବିଥିବା କାନିଟିକୁ ଟାଣି ନେଇ ସେ ଅଣ୍ଟାରେ ବାନ୍ଧିଲା । ଲଟେଇରୁ ଧୀରେ ଧୀରେ ସୁତାକୁ ଛାଡ଼ିବାକୁ ଲାଗିଲା । ଗୁଡ଼ିଟି ପବନର ଗତି ସାଙ୍ଗେ ତାଳ ଦେଇ ସରର୍ ସର୍ କରି…

ଅଧିକ ପଢ଼ନ୍ତୁ
Bidae Salita

ବିଡ଼ାଏ ସଳିତା

ଶୀତ ଟିକେ ଜୋରରେ ପଡ଼ିଲାଣି । ଦେହ ହାତ ଥଣ୍ଡାରେ କୋଲୁଅ ମାରିଯାଉଛି । ରାସ୍ତାଘାଟ ଆଜିକାଲି ବହୁତ ଗହଳି ରହୁଛି । ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ବାଣ । ଆଗରେ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ତ । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହିତ ବାଣ ଫୁଟେଇବା ଗୋଟେ ଫ୍ୟାଶନ ହେଇ ଗଲାଣି । ସ୍ତ୍ରୀ ମୋ ସହିତ କେତେଦିନ ହେଲା ଖାଲି କଜିଆ ଲଗେଇଛନ୍ତି । ଏଥର କାର୍ତ୍ତିକ ପୂର୍ଣ୍ଣିମା ଘରେ କରିବାନି,…

ଅଧିକ ପଢ଼ନ୍ତୁ
dudura-phula

ଦୁଦୁରା ଫୁଲ

ଘର ବଗିଚାରେ ଗୋଲାପ, ଡାଲିଆ, ଗେଣ୍ଡୁ, ରଜନୀଗନ୍ଧା ଆଦି ନାନା ପ୍ରକାର ଫୁଲ ଫୁଟି ଚାରିଆଡ଼େ ମହକି ଯାଉଛି । ବଗିଚାଟି ସ୍ଵର୍ଗର ନନ୍ଦନକାନନ ପରି ଦୂରରୁ ଦୃଶ୍ୟମାନ ହେଉଛି । ଯିଏ ବି ଏପଟେ ଯାଉଛି ଲୋଭିଲା ଆଖିରେ ଥରେ ଫୁଲଗୁଡ଼ିକୁ ନ ଅନେଇ ରହି ପାରୁନି । ବଗିଚାର ଗୋଟିଏ କଣରେ କଳା ଦୁଦୁରା ଫୁଲଟିଏ ଫୁଟିଛି । କେହି ବି ଦିନେ ତା’ ପାଖକୁ ଯିବା କି ତା’ ଆଡ଼େ କଣେଇକି ଅନେଇବା…

ଅଧିକ ପଢ଼ନ୍ତୁ
saheb-somesh-ra-anta-jwala

ସାହେବ ସୋମେଶର ଅନ୍ତର୍ଜ୍ୱାଳା

ସୋମେଶ୍ ଭାବୁଛି ! କ’ଣ କରିବ? କୁଆଡେ଼ ଯିବ? ଏମିତି ହାତ ଉପରେ ହାତ ଧରି ବସିଲେ ତ’ ସମସ୍ୟାର ସମାଧାନ ହେବନି । ତା’କୁ କିଛି ଗୋଟିଏ କରିବାକୁ ପଡ଼ିବ । ଘର ଭିତରୁ ମା’ଙ୍କ ଖୁଁ ଖୁଁ କାଶିବାର ଶବ୍ଦ ଭାସି ଆସୁଛି । ବଡ଼ ଭଉଣୀଙ୍କୁ ତିରିଶି ପୁରି ଏକତିରିଶି ଚାଲିଲାଣି ତଥାପି ବାହାଘର ହେଇ ପାରୁନି । ଭଉଣୀ ଯେ ତା’ର ଅସୁନ୍ଦରୀ ସେ କଥା ନୁହେଁ । ରୂପରେ ଗୁଣରେ…

ଅଧିକ ପଢ଼ନ୍ତୁ