ବାତ୍ୟା ବିଜୟୀନି

ବାତ୍ୟା ବିଜୟୀନି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Piladinaku Pherijiba (ପିଲାଦିନକୁ ଫେରିଯିବା) by Batya Bijayini

ପିଲାଦିନକୁ ଫେରିଯିବା

ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ ସମୟ ଅଛି ନା ଧୈର୍ଯ୍ୟ । ବହୁତ ଦିନ ହେବ ଭାବୁଥିଲି ସାଉଣ୍ଟିଥିବା ନିଜର ସ୍ମୃତିର ଏହି ପୁଷ୍ପଗୁଚ୍ଛକୁ ଧରି ଏକ ଗଳ୍ପର ହାର ଗୁନ୍ଥିବାକୁ, ହେଲେ ବର୍ତ୍ତମାନ ସମୟ ସହ ସମସ୍ତଙ୍କୁ ଦୌଡ଼ିବାକୁ ପଡ଼ୁଛି । ଏତେ ସବୁ…

ଅଧିକ ପଢ଼ନ୍ତୁ
Premara Basna

ପ୍ରେମର ବାସ୍ନା

କାହିଁକି କେଜାଣି ସେହି ଭୟବିତ ମନ ଏବଂ ଅସ୍ଥିର ଚିତ୍ତ ନିଃଶବ୍ଦ ରାତି ଏହି ନିରୀହ ମନରେ ଅନେକ ଦ୍ୱନ୍ଦ ସୃଷ୍ଟି କରୁଥିଲା । ଜନ୍ମ ଦିନରେ ପ୍ରିୟ ଜନଙ୍କ ଶୁଭେଚ୍ଛା ମଧ୍ୟ ମନର କୋଳାହଳକୁ ଶାନ୍ତ କରି ପାରୁନଥାଏ । ଜୀବନର ଆଉ ଗୋଟିଏ ପାହାଚ ଯେ ମୁଁ ଚଢ଼ିଥିଲି । ହେଲେ ମୋତେ ଆଗକୁ ଯିବାକୁ ଭୟ ଲାଗୁଥାଏ । କାରଣ ଏଠି ପ୍ରତ୍ୟେକ ପାଦରେ ଛଳନା ସଦ୍ରୁଶ କଣ୍ଟା ବିଚ୍ଛୁରିତ ହୋଇ ପଡ଼ିଛି । କାହିଁକି କେଜାଣି ନ ଚାହିଁବା…

ଅଧିକ ପଢ଼ନ୍ତୁ

ମୋ ବାପା କେମିତି

ଯେତେବେଳ କେହି ମୋତେ କୁହନ୍ତି, “ଦେଖିଲ ବାପାର ସବୁ ଗୁଣ ଆଣିଛି ଏ ଛୁଆ । ମା’ର ତ ଅବିକଳ ମୁହଁ ଛଡ଼େଇ ଆଣିଛି ସେ !”, ସେତେବେଳ ମୋତେ ଭାରି ଖୁସି ଲାଗେ । ମନରେ ଗୋଟେ ଅକୁହା ଖୁସି ଭରିଯାଏ । ଆମେ ତିନି ଭଉଣୀ; ମୁଁ ସାନ ଝିଅ । ସମସ୍ତେ କୁହନ୍ତି ବାପା ମାଆଙ୍କର ସାନ ଝିଅ କୁଆଡ଼େ ବେସି ଗେହ୍ଲା, ହେଲେ ମୋତେ ଲାଗେ ଏଇ ସବୁ ମିଛ କଥା । ମୋ ବାପା ଆମ ସମସ୍ତଙ୍କୁ ସମାନ…

ଅଧିକ ପଢ଼ନ୍ତୁ