ବି. ଜେନା (ଲିପ୍ଷି)

ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍‌ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।

Odia Poem Tume Au Mun (ତୁମେ ଆଉ ମୁଁ) B. Jena (Lipsy)

ତୁମେ ଆଉ ମୁଁ

ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା’ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା’ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ ସେ ସାଜର ଝଙ୍କାର ମୁଁ ହେବ ଯଦି ଆଖି ତୁମେ ତା’ର ସ୍ୱପ୍ନ ମୁଁ ଯଦି ତୁମେ ପକ୍ଷୀ ତା’ର ଡେଣା ମୁଁ ରାଗ ମୁଁ ରାଗିଣୀ ତୁମେ ତୁମେ କ୍ଷମା ଭୁଲ ମୁଁ…

ଅଧିକ ପଢ଼ନ୍ତୁ
Odia Poem Jeje Maa (ଜେଜେ ମା’) by Lipsi Jena

ଜେଜେ ମା’

ଚମ ଧୁଡ଼ୁ ଧୁଡ଼ୁ ପାଟିରେ ପାନ ଆଖିରେ ଐନକ ହାତରେ ଧରିଛି ବଙ୍କୁଲି ବାଡ଼ି ମୋ ଜେଜେ ମା’କୁ ଦେଖ । ସକାଳେ ପାଣି ଚୋଉଁରା ମୂଳେ ସଞ୍ଜରେ ଭାଗବତ କଥାରେ କଥାରେ କହିବୁଲୁ ଥାଏ ଜୟ ଜୟ ଜଗନ୍ନାଥ । ଶାଢ଼ୀ କାନିରେ ବାନ୍ଧି ରଖିଛି ବିଧି ବିଧାନ ଯେତେ ଢଗ ଢମାଳି ଶାସ୍ତ୍ର ପୁରାଣ ଅଣ୍ଟିରେ ଖୋସିଛି କେତେ । ଗପ ପସରା ଖୋଲି ବସିଲେ ପଡ଼େ ନିଅଣ୍ଟ ରାତି ପିଲା ଛୁଆଙ୍କ ମେଳ…

ଅଧିକ ପଢ଼ନ୍ତୁ
abala

ଅବଳା

ଜନ୍ମିଛ ଯଦି ନାରୀଟିଏ ହୋଇ ହୁଅନି ଚାନ୍ଦିନୀ ପରି ଶୀତଳ ଛାୟାର ଆଶ୍ରୟ ଉହାଡ଼େ ପବିତ୍ରତା ହେବ ଚୋରି ॥ ସ୍ଵର୍ଯ୍ୟ ପରି ହୁଅ ତେଜିଆନ ତୁମେ ସଂସାରକୁ କର ଆଲୋକିତ ଜାଳିଦିଅ ତୁମ ପ୍ରଚଣ୍ଡ ରୌଦ୍ରରେ ଉଠୁ ପଛେ ଯେତେ ପାପିହାତ ॥ ଭାବନି ନିଜକୁ ଅବଳା ଦୁର୍ବଳା ଖୋଜନି ସହା ତୁ ପୁରୁଷ ବହୁର ଛାୟାତଳ ଜାଗ୍ରତ କର ପଞ୍ଚ ମହଭୂତ କେବେ ପରିସ୍ଥିତି ହେଲେ ପ୍ରତିକୂଳ ॥ ସାଧନାରେ ତୁମେ ବନ୍ଦନାରେ ତୁମେ…

ଅଧିକ ପଢ଼ନ୍ତୁ
bandhan

ବନ୍ଧନ

ମୁଁ ତୋ ମମତା ପଞ୍ଜୁରୀରେ କଏଦୀ ଶୁଆଟିଏ ! ଉଡ଼ିଯିବାକୁ ଚାହେଁ, ହେଲେ ଅଜଣା ଏ ସ‌ହରରେ ନାହିଁ ମୋର ବସାଟିଏ !! ପଞ୍ଜୁରୀ ବାହାର ଦୁନିଆରେ କେତେ ହିଂସ୍ର ବାତାବରଣ ! କ୍ଷମାହୀନ ସମୟରେ ବଦଳୁଥିବା ଏଇ ଋତୁମାନ ମୁଁ କ’ଣ ପାରିବି ବଞ୍ଚି ତୁମବିନା ମୁକ୍ତିର ଏ ଜୀବନ !! କିଏ ପକେଇବ ସ୍ନେହରେ ଦାନା ମତେ ସେ ବାହାନାରେ ହୋଇଯାଏ ତୁମ ସାଥେ ସାକ୍ଷାତ କେତେ ମୁଁ କ’ଣ ପାରିବି ଲଢ଼ି ତୁମବିନା…

ଅଧିକ ପଢ଼ନ୍ତୁ
asamipa-samparka

ଅସମୀପ ସମ୍ପର୍କ

ସାଥେ ଥିଲେ ତୁମେ ଭଲଲାଗେ ମତେ ତୁମ ନାଁ ଡାକିବାକୁ ଏକା ଥିଲେ ମୁହିଁ ଭଲଲାଗେ ମତେ ତୁମ ଛବି ଦେଖିବାକୁ ॥ ବିତି ଯାଏ ଦିନ ପାହି ଯାଏ ରାତି ସରେ ନାହିଁ ମଧୁଗୀତି ସାଥେ ଥିଲେ ତୁମେ ଭଲ ଲାଗେ ମତେ କରିବାକୁ ଚୋରାପ୍ରୀତି ॥ ଫିକା ଲାଗେ ରଙ୍ଗ ତିକ୍ତ ଶୁଭେ ରାଗ ସାଥି ତୁମ ବିରହରେ ତୁମ ବିନା ପ୍ରିୟା ଚାନ୍ଦ ଲାଗେ ଅଧା ପୂର୍ଣ୍ଣ ଫଗୁ ପୂର୍ଣ୍ଣିମାରେ ॥ ଧରି…

ଅଧିକ ପଢ଼ନ୍ତୁ