ଆଶ୍ରିତ ମହାପାତ୍ର

ଆଶ୍ରିତ ମହାପାତ୍ର ଜଣେ ଓଡ଼ିଆ କଥାକାର ତଥା କବି । ଶୁଭପଲ୍ଲବରେ ତାଙ୍କ ରଚିତ ଅନେକ କବିତା ପ୍ରକଶ ପାଇଛି ।

Samparka Odia Poem by Ashrit Mohapatra

ସମ୍ପର୍କ

ସମ୍ପର୍କଟା ଏକ ନିଆରା ଦୁନିଆ ସର୍ବବ୍ୟାପୀ ତା’ର ଭୂମିକା । ଭଲ ପାଇବାର ଚଲାସାଥି ସିଏ କେବେ ଆସେ ଦିଏ ଧୋକା ॥ ବିଶ୍ୱାସକୁ ଡାକେ ନୂଆ ପରିଚୟେ ବନ୍ଧନକୁ ନିଏ କିଣି । ଏସାରା ଜଗତେ ବନ୍ଧୁତ୍ୱରେ ଆସି କରିଥାଏ ସର୍ବ ଋଣି ॥ ମାନ ଅଭିମାନ, ରାଗରୁଷା ରଖେ ହସ-କାନ୍ଦ ମିଶ୍ରଣରେ । କେବେ କେବେ ଆଣେ ପ୍ରତିଶୋଧ ଛିଟା ଅଚିହ୍ନା ଓ ଅଜଣାରେ ॥ ସମ୍ପର୍କଟା ଏକ ରଙ୍ଗୀନ ପ୍ରଜାପତି ସହସ୍ର ତାହାରି…

ଅଧିକ ପଢ଼ନ୍ତୁ
Nirabatara Janha Odia Poem

ନୀରବତାର ଜହ୍ନ

କାହିଁ ବସିଅଛ ମୌନେ ମୋର ବନ୍ଧୁ ଶୀତଳ ଜୋଛନା ଢାଳି । ଧବଳବର୍ଣ୍ଣର ବସନ ଆଚ୍ଛାଦି ଖେଳୁଅଛ ଲୁଚକାଳି ॥ ନିସ୍ତବ୍ଧ ରଜନୀ ଆଙ୍କେ ଯେବେ ଖୁନୀ ଅତ୍ୟାଚାର ଲୁଣ୍ଠନରେ । ଜାଣିସେ ପାରେନା ତମସାଚ୍ଛନ୍ନରେ ତୁମେ ଦେଖୁଥାଅ କ୍ରୁରେ ॥ ସଂସାର ଯାତନା ତୁମେ ହିଁ ଶୁଣିଛ ପ୍ରେମୀର ପ୍ରେମ କାହାଣୀ । ସାକ୍ଷ ପ୍ରମାଣରେ ସତ୍ୟବାଦୀ ଗ୍ରନ୍ଥ କାହିଁକି ରଖିଛ ଟାଣି ॥ ଦୁଃଖୀ ବାଟୋଇର ଚଲାପଥ ତୁମେ କୁସୁମ କଇଁର ସାଥି ।…

ଅଧିକ ପଢ଼ନ୍ତୁ
Prasnabachi

ପ୍ରଶ୍ନବାଚୀ

କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ କରୁଥିବ ଅତ୍ୟାଚାର । ଜନତାଙ୍କୁ ତୁମ ପ୍ରତାରଣା କରି ଭାଙ୍ଗିବ ସୁନା ସଂସାର ॥ ପଦ ପାଇଁ ଏଠି ଲଢ଼େଇ ଚାଲିଛି ଭୋଟରଙ୍କୁ ଫୁସୁଲାଇ । ରାମ ରାଇଜଟେ ତୋଳି ଦେବୁ କହି ଧୋକା ଦିଅ ତୁମ୍ଭେ କାହିଁ ॥ କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ ପ୍ରିୟର ଭାଇ, ଭଉଣୀ । ସଫଳତା ପରେ ସେ ମାନସମ୍ମାନ ଦେଖାଏ ମାଡ଼ କହୁଣୀ ॥ ତେଲେଇ ତେଲେଇ ଲାଞ୍ଚ ଖାଅ…

ଅଧିକ ପଢ଼ନ୍ତୁ