ଆଶିଷ କୁମାର ନାୟକ

ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Makar Chaula

ମକର ଚାଉଳ

ନମସ୍କାର ବନ୍ଧୁଗଣ ! ମୁଁ ଆଶିଷ, ଆସନ୍ତୁ ଆପଣଙ୍କୁ ଗୋଟେ ଛୋଟ କାହାଣୀ କହୁଛି; ମକର ଚାଉଳର କାହାଣୀ… ଧନୁ ସଂକ୍ରାନ୍ତିରେ ମୁଆଁ ଭାର ନେଇ ଏକମାସ ପାଇଁ ବାପ ଘରକୁ ଯାଇଥିବା ମା’ ଲଷ୍ମୀ ଶ୍ରୀମନ୍ଦିରକୁ ଫେରନ୍ତି ମକର ସଂକ୍ରାନ୍ତି ଦିନ । ମହାପ୍ରଭୁ ତଥା ବଡ଼ ସାଆନ୍ତଙ୍କ ମାନ ଭଞ୍ଜନ ପାଇଁ ବାପଘରୁ ସାଥିରେ ଆଣି ଆସିଥାନ୍ତି ସେହି ଋତୁର ନୂତନ ଚାଉଳରେ ପ୍ରସ୍ତୁତ ସ୍ୱାଦିଷ୍ଟ ମକର ଚାଉଳ । ମକର ଚାଉଳର ଭୋଗ…

ଅଧିକ ପଢ଼ନ୍ତୁ
ଆଜ୍ଞା କିଛି କରିହେବନି

ଆଜ୍ଞା କିଛି କରିହେବନି?

ହୋ ଭାଇନା, ହୋ ଭାଇନା କୁଆଡ଼େ ଗଲ? ଆମ ଘରେ ଟିକେ ପୂଜା ପାଇଁ ଆସିବନି? “ଭାଇନା” ମାନେ ବାବୁନା ଭାଇନା । ବୋଉ ଡାକିଲା “ହଇରେ ବାବୁନା, ଯାଉନୁ ଟିକେ, ସେ ପୁଅଟା ଡାକୁଛି ତାଙ୍କ ଘରେ ପୂଜା କରିବା ପାଇଁ ।” ବାବୁନା କହିଲା, “ମୁଁ କୁଆଡ଼େ ଯାଇପାରିବିନି ଯା ।” ବୋଉ କହିଲା, “ଗତ ଗୋଟେ ବର୍ଷ ହେଲାଣି ତୁ ପୂଜାପୁଜି ସବୁ ବନ୍ଦ କରିଦେଇଛୁ । ସେ ବୁଢ଼ା ମରିଗଲା ବୋଲି…

ଅଧିକ ପଢ଼ନ୍ତୁ
khechudi-odia-training-centre

ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା

ଅନେକ ବର୍ଷ ତଳର କଥା । ଭାରତର ପୂର୍ବ ଉପକୂଳରେ ଓଡ଼ିଶା ବୋଲି ଗୋଟେ ରାଜ୍ୟ । ସେଠି ପ୍ରାୟ ୩.୫ କୋଟି ଲୋକ ଓଡ଼ିଆ ଭାଷା କୁହନ୍ତି ଓ ପ୍ରାୟ ୧ କୋଟି ଲୋକ ୨୯+ ଭାଷା କୁହନ୍ତି । ରାଜ୍ୟର ରାଜଭାଷା ଓଡ଼ିଆ । ଓଡ଼ିଶା ଲୋକେ ଭାରତର ଅନେକ ଭାଷାକୁ ସମାନଭାବେ ଭଲ ପାଆନ୍ତି, ତେଣିକି ଓଡ଼ିଆ ହଉ କି ହିନ୍ଦୀ କି ବେଙ୍ଗଲୀ କି ତେଲୁଗୁ । ତା’ପରେ କ’ଣ ହେଲା…

ଅଧିକ ପଢ଼ନ୍ତୁ
mendagola-katha

ମେଣ୍ଢାଗୋଲା କଥା

ବହୁ ବର୍ଷ ପୂର୍ବେ ଉପକୂଳ ଅଞ୍ଚଳରେ ତିନୋଟି ଗାଁ ଥିଲା —  କରମାପୁର, ମହାଚତୁରପୁର, ଅତିଚତୁରପୁର । ସେତବେଳର ସମାଜରେ ସମସ୍ତେ ପରିଶ୍ରମ କରୁଥିଲେ ଓ ଭଲରେ ଚଳୁଥିଲେ । କିଏ ଚାଷ କରୁଥିଲା ତ‘ କିଏ ମେଣ୍ଢାଗୋଲା ପାଳନ କରୁଥିଲା । ମେଣ୍ଢାଗୋଲା ବୋଲି ଗୋଟେ ଗୃହପାଳିତ ପଶୁ ସେତବେଳେ ଥିଲା । ତା’ ଦେହ ଦେଖିବାକୁ ମେଣ୍ଢା ଭଳି କିନ୍ତୁ ମୁଣ୍ଡଟି ପୂରା ଗୋଲିଆ ଥିଲା । ମେଣ୍ଢାଗୋଲା କ୍ଷୀରର ଭଲ ବ୍ୟବସାୟ ହେଉଥିଲା ।…

ଅଧିକ ପଢ଼ନ୍ତୁ