ଅନସୂୟା ପଣ୍ଡା

ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Basantara Amantrana (ବସନ୍ତର ଆମନ୍ତ୍ରଣ) by Anasuya Panda

ବସନ୍ତର ଆମନ୍ତ୍ରଣ

କୋଇଲିର କୁହୁତାନରେ ବସନ୍ତର ଆମନ୍ତ୍ରଣ ନବପଲ୍ଲବିତ ତରୁ ଡାଳେ ପ୍ରଣୟର ପ୍ରୀତି ପତ୍ର ଫୁଲର ରଙ୍ଗରେ ଅଭୀକ ସମ୍ମୋହନ ବସନ୍ତର ମଳୟରେ ଭାସି ଆସେ ଅଭିସାର ପ୍ରେମର ଲଗନ ଭିଜିବାକୁ ମନ କୁହେ କଳ୍ପନାରେ ଲମ୍ବିଥିବା ଅକୁହା ଜୀବନ । ଭାସି ଆସେ ମନର ଦେହଳୀ ଡେଇଁ ଅସଂଯତ ଅନେକ ସପନ ସମସ୍ତଙ୍କ ଅଲକ୍ଷରେ ମନ ହଜିଯାଏ ଲାଜେଇ ଲାଜେଇ ହାତେଇ ନିଏ ଆବେଗସ୍ନାତ ଚଉଠେ ଜୀବନ ଅଧପାଏ ଖୁସିର ଫଗୁଣ । ଝରା ବଉଳର ଶେଯରେ…

ଅଧିକ ପଢ଼ନ୍ତୁ
Odia Story Marana Mo pain Sreya by Anasuya Panda

ମରଣ ମୋ ପାଇଁ ଶ୍ରେୟ

ବିକଟାଳ ଶବ୍ଦ କରି ଆମ୍ବୁଲାନ୍ସଟା କଲୋନୀ ଭିତରକୁ ମାଡ଼ି ଆସୁଥିଲା । ପଛକୁ ପଛ ଦଶ ବାରଟି କାର୍ ଆଉ କେତେଗୁଡ଼ିଏ ବାଇକ୍ ଆପାର୍ଟମେଣ୍ଟ ଆଗରେ ଆସି ପହଞ୍ଚିଗଲା । କମ୍ପିଉଠିଲା କମ୍ପାଉଣ୍ଡଟି । ସାମ୍ନାରେ ମାରୁଆଡ଼ି ଭୋଜନାଳୟ । ଚୌଧୁରୀ ବାବୁ କାନ୍ଦି କାନ୍ଦି ଗଡ଼ି ଯାଉଥାନ୍ତି । ଚୌଧୁରୀ ବାବୁଙ୍କ ବାପା ବାଲକୋନିରୁ ପଡ଼ି ଯାଇଛନ୍ତି । ମୁଣ୍ଡ ଫାଟି ଯାଇଛି । ଆଖିପତାରେ ବହୁତ ଆଘାତ ଲାଗିଛି । ନାକରୁ ରକ୍ତ ବାହାରୁଛି…

ଅଧିକ ପଢ଼ନ୍ତୁ
Odia Poem Jahara (ଜହର) by Anasuya Panda

ଜହର

ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର ଏବେତ ଏଠି କେବଳ ଜହର ଖାଦ୍ୟ ପାଣି ପବନରେ, ବିଷର ବଳୟ ଧଳା, ନୀଳ, ନାଲି ଯାହାର, ସତେ ଅବା ଅବିର ହୋଲିର ଇଏ ସବୁ ବିଦେଶୀ ଜହର, ସ୍ଵଦେଶୀ ଅଭିଯାନରେ ମହୁଲି, ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Mrutyu (ମୃତ୍ୟୁ) by Anasuya Panda

ମୃତ୍ୟୁ

କିଛି ନକହି କେବେ ଆସିଯାଏ ଅଦିନ ଝଡ଼ଟେ ହେଇ ପବନ ଘୋଡ଼ାରେ ଅପହୃତ କରିନିଏ, ମହାଶୂନ୍ୟର ମହାତୀର୍ଥକୁ ଐଶ୍ୱରୀୟ ଧାମକୁ, କି ନର୍କକୁ, କି ଯମପୁରକୁ ସବୁ ଅଧା ଛାଡ଼ି ବାହୁଡ଼ିବାକୁ ବାଧ୍ୟ ହୁଏ ମୃତ୍ୟୁର ହାତ ଧରି ଆଉ ଟିକେ ବଞ୍ଚେଇଦେବାର ଆକୁଳ ନିବେଦନ ଥାଏ ଦାବି ପତ୍ରରେ ଆତ୍ମୀୟଙ୍କ ଛାତି ଫଟା ଆର୍ତ୍ତ ସ୍ଵରରେ ପୁଅ ବଡ଼ ହେବାର ସ୍ଵପ୍ନ, ଝିଅ ବାହାଦେବାର ଉଦ୍ୟମ ସ୍ଵାମୀ ସ୍ତ୍ରୀ ସବୁ କାମ ପରେ, ପୁଣି ଗୋଟେ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Anasuya Panda

ନାରୀ

ନାରୀ ଭିତରର ଯନ୍ତ୍ରଣାକୁ ପଢ଼ିଛ କି କେହି? କେବେ ତା’ ମନର ସିନ୍ଦୁକରେ ଲୁଚେଇଥିବା ଇଚ୍ଛାକୁ କେହି ଖୋଜନ୍ତିନି, ତା’ ଇଚ୍ଛାର ଚାରିପାଖରେ ଲକ୍ଷ୍ମଣରେଖା ସେ ଡେଇଁଲେ ଅନେକ କୁତ୍ସାରଟନା ତା’ ଭାବିବାରେ ଅଙ୍କୁଶ ସେ ଭାବିଲେ ବି ଅଶୌଚ ହେଇଯାଏ ସମଗ୍ର ସଂସ୍କୃତି । ନାରୀ ତା’ ପରିସୀମାର ପରିସରରେ ଶ୍ଵାସରୁଦ୍ଧ ନିର୍ବାକ ଚରିତ୍ର ସେ ବାସ୍ତବ ଜୀବନ ଜିଇଁବାରୁ ଉପେକ୍ଷିତ ଅଭିନୟରେ ଅଭିନୟରେ ତା’ ଜୀବନ ଜିଇଁବାରେ ଅଭ୍ୟସ୍ତ ନାରୀ ଜଳେ ଖୁବ୍ ଭିତରେ…

ଅଧିକ ପଢ଼ନ୍ତୁ