ଆନନ୍ଦ ସାହୁ

ଆନନ୍ଦ ସାହୁ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ସ୍ଥିତ ସିଲେଟପରାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Shitare Mun Gita Lekhe (ଶୀତରେ ମୁଁ ଗୀତ ଲେଖେ) by Ananda Sahu

ଶୀତରେ ମୁଁ ଗୀତ ଲେଖେ

ଶୀତରେ ମୁଁ ଗୀତଲେଖେ ଫୁଲ ପାଖୁଡ଼ାରେ ଚିକିମିକି ଚିକିମିକି କାକର ଟୋପାରେ । ତୁମେ ମୋର ପାଖେ ଥିଲେ କିଛି ଲୋଡ଼ା ନାହିଁ ସବୁକିଛି ପାଇଯିବି ତୁମକୁ ମୁଁ ଚାହିଁ । ତୁମେ ମୋର ହୃଦୟର ଅଭୂଲା କାହାଣୀ ମୁଁ ତୁମ ମନର ରାଜା ତୁମେ ମୋର ରାଣୀ । ସବୁବେଳେ ପାଖେ ମୋର ରଖିବି ସାଇତି ଏହି ଜୀବନର ତୁମେ ଅଭୂଲା ସ୍ମୃତି । ଏକ ଜନ୍ମ ପାଇଁ ନୁହେଁ ଆମ୍ଭରି ଉତ୍ପତ୍ତି ଚିର ଜନ୍ମ ପାଇଁ ଆମ ପଡ଼ିଅଛି ଗଣ୍ଠି ।…

ଅଧିକ ପଢ଼ନ୍ତୁ
Bhakti Bandana

ଭକ୍ତି ବନ୍ଦନା

କରୁଛି ଭକ୍ତି ବନ୍ଦନା ହେ କରୁଛି ଭକ୍ତି ବନ୍ଦନା କରଯୋଡ଼ି ତବ ପୟରେ ମଡ଼ୁଛି ଘେନ ମୋ ଏହି ପ୍ରାର୍ଥନା ହେ, କେଶବ ! କରୁଣା ଏତିକି ଥିବ । ଖଳ ପ୍ରକୃତି କି ତେଜି ହେ ଭକ୍ତି ଭାବ ମନେ ଚିନ୍ତି ଖଟିବି ନିତି ମୁଁ ଭକ୍ତି ଭାବ ଘେନି କରିବି ନାହିଁ ଅନିତି ହେ, ଅଖିଳ ! ଖିଆଳେ ନୋହିବି ଖଳ । ଗର୍ବରେ ଅନ୍ଧ ନୋହିବି ହେ କଟୁବାର୍ତ୍ତା ନ ବୋଳିବି ଗର୍ବକଳେ ପ୍ରଭୁ ଅନର୍ଥେ ପଡ଼ିବି ନରକ…

ଅଧିକ ପଢ଼ନ୍ତୁ