ଫେରିଆରେ ଧନ ମୋର
ଜନ୍ମଭୂମି କହେ ଡାକି ଖୋଜି ତତେ କାହିଁଗଲୁ ଧନ ମୋର, ବିଗତ କଥାକି ମନେ ପଡ଼ୁନାହିଁ କରି ଦେଇଗଲୁ ପର ।୧। କେମିତି ଭୁଲିଲୁ ପିଲା ଦିନ କଥା ଧୂଳି ଖେଳ ବାଲିଘର, ସାଙ୍ଗସାଥୀ ମେଳ ବୋହୂ ଚୋରି ଖେଳ ସାଇତା ସବୁ ଖବର ।୨। ଆମ୍ବ ଜାମ୍ବ ଫଳ ଖାଇବାର ଲାଗି ହେଉନି ମନ ଆତୁର, ମୋ କୋଳେ ବଢ଼ିଲୁ ହେଲୁ ଯେବେ ବଡ଼ ଛାଡ଼ି ହୋଇ ଗଲୁ ଦୂର ।୩। ତୋ ପାଦ ପରଶ…