ଅଖିଳ ପାଢ଼ୀ

ଅଖିଳ ଚଦ୍ର ପାଢ଼ୀ ପେଶାରେ ଜଣେ ଚାଟର୍ଡ଼ ଆକାଉଣ୍ଟାଣ୍ଟ ଏବଂ ନିଶା ତାଙ୍କର ଗପ କବିତା ଆଦି ଲେଖିବା । ଫାଙ୍କା ସମୟରେ ସେ ଋକ୍ ବେଦ ସହ କିଛି ବେଦ ତଥା ପୂରାଣ ଆଦିର ଓଡ଼ିଆ ଅନୁବାଦ କରନ୍ତି ଏବଂ ଗୁଗଲ୍ ଟ୍ରାନ୍ସ୍‌ଲେଟ୍ ଭଳି କିଛି ସ୍ଥାନରେ ମଧ୍ୟ ତାଙ୍କର ଅବଦାନ ରହିଛି ।

Atmatatwa

ଆତ୍ମା ତତ୍ତ୍ୱ

ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି ।୦। ଶରୀରେ ଆବଦ୍ଧ ଲୋଭ କାମେ ବଶ ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି ଆତ୍ମେ ତତ୍ତ୍ୱ ହ୍ରାସ । ଅଚଳ ଅବିଚଳ ସତେ ଅବା ପଥର କ୍ଷର ପ୍ରତିକ୍ଷଣେ ତଥାପି ଅକ୍ଷର ।୧। ନିଶବ୍ଦ ନିଶାର୍ଦ୍ଧ ମେଘ ଦେହେ ସୁପ୍ତ ଘର୍ଘର ଶବ୍ଦ ସହ ନଭେ ହୁଏ ବ୍ୟାପ୍ତ । ଚପଳା ଲାଜବୋଳା ସତେ ଅବା ବିଜୁଳି କ୍ଷଣିକ ଆୟୁଷ ଯାଏ ଖାଲି…

ଅଧିକ ପଢ଼ନ୍ତୁ
ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ

ସ୍ମୃତିର ତାଳେ ତାଳେ ନୃତ୍ୟେ ଭୋଳ ଅଶ୍ରୁ ଜଳେ କରାଳ ଲହରୀ ଭେରି ହୃଦ ସାଗରେ ଖେଳେ । ସ୍ମୃତିର ତାଳେ ତାଳେ । ସ୍ମୃତିର ତାଳେ ତାଳେ ପ୍ରତିବିମ୍ବ ମନେ ଧରି ତୋଳେ ଅଲୋଡ଼ା ସତ୍ତା ଅନ୍ୱେଷଣ ସମୟ ପାଉଁଶଗଦା ତଳେ ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ ହଜେ ଅନ୍ତରାଳେ, ଗାଇ ପୁଲକର ଗୀତି ମଗ୍ନ ହୁଏ ମୋହ ଛଳେ । ସ୍ମୃତିର ତାଳେ ତାଳେ… ସ୍ମୃତିର ତାଳେ ତାଳେ ମନ…

ଅଧିକ ପଢ଼ନ୍ତୁ
ଭାବନା ଅନନ୍ତ

ଭାବନା ଅନନ୍ତ

ଭାବନା ଅନନ୍ତ ଶବ୍ଦ ସୀମିତ । କହିବି ବା କଅଣ ଲେଖିବି ବା କଅଣ ତମସା ଅନନ୍ତ ଦୀପ ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ପୂର୍ଣ୍ଣ ଜୀବନ, ଅଭାବ ଅଛି ତଥାପି କଳ୍ପନା ଅତୀତ ଏ ଭାବ ଅଛି ତଥାପି । ଦେବ ଆଶୀଷ ବା ମିଳିବ କାହିଁ ଅର୍ଚ୍ଚନା ଅନନ୍ତ ପୂଜା ସୀମିତ । ଭାବନା ଅନନ୍ତ ଶବ୍ଦ ସୀମିତ ॥ ନିରାଶାର ନୁହଁ ଭୟ ଆଶାର ସୁରଭିର ନୁହଁ ମୋହ…

ଅଧିକ ପଢ଼ନ୍ତୁ