ଅଜାତ ମିତ୍ର (ସୁଦାମ ଦାସ)

ଅଜାତମିତ୍ର ଜଣେ ଲେଖକଙ୍କର ଛଦ୍ମନାମ, ଯିଏକି ଏହି ନାମରେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।

Sanbaluara Samadhi

ସଁବାଳୁଆର ସମାଧି

ନକୁଳ ବାବୁ, ପେଶାରେ କିରାଣୀ । ଦଶ ବର୍ଷ ପୂର୍ବେ ତାଙ୍କୁ ଦେଖିଥିଲି ଯେମିତି ଥିଲେ, ଏବେବି ସେମିତି । କୃଶ ତନୁ, କୋଟରଗତ ଚକ୍ଷୁ, ସାତସିଆଁ କୁର୍ତ୍ତା, କାନ୍ଧରେ ଝୁଲା ମୁଣି ଯେଉଁଥିରୁ କଙ୍ଗାରୁ ଶାବକ ପରି ମେଞ୍ଚେ ଅସନା ଫାଇଲ କାଗଜ ଜାକିଜୁକି ଭର୍ତ୍ତି ଅଧା ବାହାରକୁ ଝୁଲିପଡ଼ିଥାଏ, ତାଳି ପକା ଛତା ଧରି ଅଫିସକୁ ବାହାରି ଯାଆନ୍ତି । ତାଙ୍କୁ ଅଫିସ ଯିବା ଦେଖିଲେ ଚଇନି ପାନ ଦୋକାନୀ ହାତରୁ ଘଣ୍ଟା ଖୋଲି…

ଅଧିକ ପଢ଼ନ୍ତୁ
nirutsaba

ନିରୁତ୍ସବ

ପଡ଼ି ଉଠି ଧାଇଁଛି । ଭାବିବାକୁ ତର ନାହିଁ, ମନରେ ସୁଖ ନାହିଁ, ଦୁଃଖ ବି ନାହିଁ । ସେ କିଏ, ତା’ ବି ଭୁଲି ଯାଇଛି । ତା’ର କିଛି କାହାଣୀ ନାହିଁ, ଅହଂକାର ନାହିଁ । କିଛି ନାହିଁ କେଉଁଠି, କେବଳ ତା’ ନିଜ ଅନୁଭୂତି, ତା’ ହୃଦୟର ଉଚ୍ଛ୍ୱାସ । ମନେଇ- ମନମୋହନ ରାଉତ, ହେତୁ ପାଇଲା ଦିନଠାରୁ ଦେଖି ଆସିଛି ତା’ ଗାଆଁର ଲୋକଙ୍କୁ ଜଗନ୍ନାଥ ପୁରୀ ଦର୍ଶନରେ ଯିବାର ।…

ଅଧିକ ପଢ଼ନ୍ତୁ
dharamara-selfie

ଧରମାର ସେଲ୍ଫି

“ତମେ ବାପ-ପୁଅ-ଝିଅ ବସି ମୋବାଇଲରେ ଦିନ ସାରା ଲାଗିଥାଅ । ଛୁଟିରେ ଅଛ ବୋଲି ନିଜେ ତ କାମ କରିବନି, ପିଲାଙ୍କୁ ବି ବିଗାଡ଼ି ଦେବ ନା କ’ଣ? ଏମାନେ ତ Text book କମ୍ ଆଉ Facebook ବେଶି ପଢ଼ୁଛନ୍ତି । ଆଉ ତମେ ବି କିଛି କମ୍ ନୁହଁ । ତମ ଅଫିସରେ କାମଦାମ ଅଛି କି ନାହିଁ, ଯେତେବେଳେ ଦେଖ WhatsApp, ଟ୍ଵିଟରରେ ମାତୁଛ । ଘରେ ବି ସେଇୟା ।” ଜଳଖିଆ…

ଅଧିକ ପଢ଼ନ୍ତୁ
bayanira-raja

ବାୟାଣୀର ରଜ

ରଜ ଆସିଛି ରଜ ଆସିଛି ଖେଳିବା ଆସ ଦୋଳି ପୋଖରୀ କୂଳେ ଆମ୍ବଡାଳେ ପଟା ଦୋଳିରେ ଝୁଲି କୁଙ୍କୁମ ବିନ୍ଦୁ କପାଳେ ତା’ର ନିନ୍ଦୁ ଥିଲା ଚନ୍ଦ୍ରହାର କଜଳ ଗାରେ ନୟନ ଲାଗେ ଖଞ୍ଜନାକ୍ଷୀ ପରି । ଘରକୁ ଘର ପିଲାଙ୍କୁ ଡାକି ରଜପାନକୁ ଜାକି ମୁଖର କଲା ଗାଁ ଦାଣ୍ଡକୁ କୁରୁଳି ଗଲେ ଟୋକି ଗୋଜ ବାୟାଣୀ ନାଆଁଟି ତା’ର ବୟସ ହେବ ବାର ତେର ପରଜାପତି ଉଡ଼ିଲା ପରି ବୁଲେ ପରାଗ ମାଖି ।…

ଅଧିକ ପଢ଼ନ୍ତୁ