ପ୍ରଥମ ପ୍ରେମ
ପ୍ରଥମ ପ୍ରେମ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ହୃଦୟ ଭିତରେ । ଅନେକ କୁହନ୍ତି ପ୍ରଥମ ପ୍ରେମକୁ ଭୁଲିବା କଷ୍ଟ । ମଣିଷର ସରଳ ଜୀବନକୁ କେମିତି ଗୋଟେ ଅଙ୍କାବଙ୍କା ନଈର ଧାର ପରି ସଜେଇଦେଇଥାଏ ଏହି ପ୍ରେମ । ଏକ ସୁନ୍ଦର ଆକର୍ଷଣ ସହ କାହିଁ କେଉଁକାଳରୁ ଶୋଇରହିଥିବା ଏକ ବୀଜଟି ମନ ଭିତରେ ଫୁଟିଉଠିଥାଏ ପାଖୁଡ଼ା ମେଲି । ଜୀବନରେ ଅନେକଙ୍କ ସହ ଦେଖା ହୋଇଯାଇଥାଏ, ମାତ୍ର ସେ ନିଆରା ସୃଷ୍ଟି ହୋଇଯାଏ କାହାସହ ପ୍ରଥମ ଦେଖାରେ ।…

