ଅରଣ୍ୟ

Odia Poem Aranya (ଅରଣ୍ୟ) by Mrutyunjaya Patra

ଟ୍ରକ୍ ଟ୍ରଲି ଓ ମିନିବସ୍, ମାଇକ୍‌ର ଅସହ୍ୟ ଶବ୍ଦ
ଧୂଳି ପଟଳରେ ଭରା ଏ ଆକାଶ ।
ଆଖିପତା ପୋଡ଼େ ପ୍ରତ୍ୟୁଷରୁ ପ୍ରଦୋଷ
କୋଳାହଳ ଭରା ଏ ନଗର
ସବୁଜହରା ନିର୍ଜୀବ ଧୂସର
ଠିଆ ଖାଲି ବହୁତଳ କୋଠାଘର ।

ମଳିନ ହୁଏ ଏ ନଗର ଛବି
ହଜେ ଏଠି ମଣିଷର ଅନ୍ତରର ସ୍ୱର ।
ରଙ୍ଗହୀନ ମଲାଟର ବିବର୍ଣ୍ଣ ଛବି ଭଳି
ମୁହଁ ଦିଶେ ନଗର ମଣିଷର ॥
ପବନରେ ଭାସିଆସେ ରାଜପଥୁ ଶୋଣିତର ଗନ୍ଧ
ଭୀରୁ ଓ କାପୁରୁଷ ମଣିଷରେ ଭରା ଏ ନଗର ।

ଫେରାଇ ଦିଅ ଅରଣ୍ୟକୁ
ତା’ର ହଜିଥିବା ସବୁଜିମା,
ଫେରାଇ ଦିଅ ମଣିଷକୁ ତା’ର ଆଦିମ ସ୍ୱଚ୍ଛତା
ଫେରାଇ ଦିଅ ଆକାଶକୁ ତା’ର ଗଭୀର ନିଳୀମା
ଫେରାଇଦିଅ ମୁକ୍ତ ବିହଙ୍ଗକୁ, କୋକିଳକୁ
ତା’ର ସୁରଭରା ମାଦକତାକୁ
ଶାନ୍ତି ନାହିଁ, ଶ୍ରାନ୍ତ ମୁହିଁ
ଛନ୍ଦହରା ଏ ସହରୀ ଜୀବନ
ଚାଲ ଆମେ ଫେରିଯିବା
ଡାକେ ସେଇ ଆଦିମ ଅରଣ୍ୟ ।

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...