ମେଘ ମହ୍ଲାରର ପ୍ରତ୍ୟେକଟି
ରାଗରେ
ପ୍ରେମର ସ୍ଥାୟୀତ୍ୱ ଖୋଜୁଥିବା,
ଜୀବନ ନାଟକର ଏକ
କଳଙ୍କିତ ନାୟକ ମୁଁ ।
ଗୋଧୂଳି ଆକାଶର
ପୂର୍ଣ୍ଣମୀ ଜହ୍ନରେ ପ୍ରେମିକାର
ମୁହଁ ଖୋଜୁଥିବା
ସ୍ୱପ୍ନର ସୌଦାଗର ମୁଁ ।
ପାଉଁଶ ତଳ ନିଆଁରେ କୁହୁଳି କୁହୁଳି
ଜଳୁଥିବା ପ୍ରେମିକାର ହାତଲେଖା ଚିଠିରୁ
କିଛି ଶବ୍ଦ ଖୋଜୁଥିବା ଲେଖକ ମୁଁ ।
ଆଉ
ସମୁଦ୍ରର ଚୋରାବାଲିରୁ
ଜୀବନର ମୁକ୍ତା ସାଉଁଟୁ ଥିବା
ଏକ ଯାଯାବର ମୁଁ ।
– ସମ୍ବିତ ପଣ୍ଡା
Comments
ସମ୍ବିତ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତାର ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପାଠକଙ୍କ ଦ୍ୱାରା ଆଦୃତ ହୋଇଛି ।