ଦୂର ଆକାଶକୁ ଚାହିଁଲେ ଲାଗେ ସତେ ଅବା ଚାପି ଧରିବକୁ ଛାତି ତଳେ,
ସତକୁ ଅନୁଭବକଲେ ଲାଗେ ଏହା ଆମ ମନରେ ଭ୍ରମିତ ।
ଦୂର ତାଳ ଗଛ ପଛେ ମିଶିଛି ଧରା ବକ୍ଷ ତଳେ,
ବାସ୍ତବତାକୁ ବୁଝିଲେ ଏହା ଆମ ମନରେ ମୋହିତ ॥
ସେହିପରି ତମ ପାଇଁ ଦେଖିଥିବା ସ୍ୱପ୍ନ ସବୁ ଅବାସ୍ତବତା,
କିନ୍ତୁ ବୁଝିକି ଅବୁଝା କୃଷ୍ଣସାର ମୃଗ ପରି ଧାଉଁଥାଏ ଅହରତ ।
ଜଣା ନାହିଁ ତମ ମନର ଆବେଗ ବିଶ୍ୱାସରେ ମୋ ହୃଦହ ତମ ସହ ଜଡ଼ିତ,
ଥରେ ହୃଦୟରେ ଅନୁଭବ କର ଏ ମୋ ହୃଦୟ ତମପାଇଁ କେତେ ବ୍ୟାକୁଳିତ ॥
ଅଭିମାନ କର ଠିକ୍ ସତ କିନ୍ତୁ ଏତେ ଅଭିମାନ ନକର ନପଡ଼ୁ ସମ୍ପର୍କରେ ଫାଟ,
ତମେ ଯେ ବାସ୍ତବ ସ୍ୱପ୍ନ ଅବାସ୍ତବ କେମିତି ବାନ୍ଧିବି ସେତୁ ବନ୍ଧ ସତ ।
ସ୍ୱପ୍ନ ଆଉ ବାସ୍ତବତା ସହ କେମିତି ସେତୁ ବନ୍ଧ ବାନ୍ଧିବି,
ଆଉ ତମକୁ ନୁହେଁ ତମଛବି ଟିଏ କେମିତି ପାଇବି ॥
– ପ୍ରମୋଦ କୁମାର ବିଶ୍ୱାଳ
Comments
ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।