ସୁରାରଙ୍ଗି ଓଠି କୋକିଳ କଣ୍ଠି ଗୋ
ସରୋଜ ଉରଜି ବାଳା
ମଦନ ଶରେ ଯା’ ପରାହତ ତୋର
ଏ ଛାର କିଙ୍କର ବେଳା,
ଘନ ଜଘନି ହେ ସୁଡୋଳ ନିତମ୍ବି
ଆଜ କି ! ବିଚିତ୍ର ଶୋଷ
ଦେଖି ଉଡ଼େ ହୋସ- ଅବଶେ ବିବଶ
ବକ୍ଷେ – ଲକ୍ଷି ମଧୁବାସ,
ଢଳି-ଢାଳି-ତୋଳି ଅଙ୍କେ-ବାଙ୍କେ-ରଙ୍କେ
ନ ଭାବ ଛାରେ କାମୁକ
ଘନ-ଜଘନ-ସ୍ତନ-ଭାର-ଭରେ
କଣ୍ଠେ ତୃଷ୍ଣା ଅହେତୁକ,
ସୁମୁଖୀ ବିମୁଖ ହେଲେ କେ ହରିବ
ବିରହୀ ବିରହ ଦୁଃଖ
କେ ପଢ଼ିବ ବାରେ ନିଃସଙ୍ଗ ବେଳାରେ
ହୃଦୟର ଅଭିଲେଖ,
ସପନ ପ୍ରଣୟେ ନିଭୃତ ଆଳୟେ
ଶେଷ ଯାମେ ଧ୍ୱଜଭଙ୍ଗ
ଅବଲୋକି ତୋତେ ଅବଶୋଷ ଯେତେ
ଲଭିବାକୁ ଅଙ୍ଗସଙ୍ଗ ।।
– ତପନ ଦୀକ୍ଷିତ
Comments

ତପନ ଦୀକ୍ଷିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।