ଶକୁନି

Odia Poem Shakuni (ଶକୁନି) by Smrutiranjan Barik

ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ,
ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ ।
ନୁହେଁ ସେ ଆତତାୟୀ ହୃଦୟ ବିଦାରୀ,
ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ ।
ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା,
ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା ।
ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା,
ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା ।
ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା,
ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା ।
ଚଞ୍ଚଳ ଶକୁନି ନେଇ ଦୃଢ଼ ପଣ,
ସ୍ୱଚିନ୍ତେ ଉପାୟ କୁରୁକ୍ଷେତ୍ରେ ରଣ ।
ବାନ୍ଧଇ ପଶାରେ ସେ କୁରୁର ଡୋରି,
ପାଣ୍ଡବ କୌରବ ଯୁଦ୍ଧେ ଯିବେ ବୋଲି ତରି ।
ବାସୁଦେବ ରହି କାଟଇ ଫାଶ,
କୌରବ ସଜାଏ ନିଜହାତେ ନିଜ ଝାସ ।
ଶକୁନି ପଶାରେ ଯୁଦ୍ଧ କ୍ଷେତ୍ରେପୁର,
ଯୁଦ୍ଧର ଗନ୍ଧରେ ଭାସିଯାଏ ବୀର କ୍ରୁର ।
ନିଷ୍ଫଳ ନୁହଁଇ କାର୍ଯ୍ୟେ ତା’ ଶକୁନି,
କହି କରେଇ ଉଠେଇଲା ମନେ ଗ୍ଲାନି ।
ଦୁର୍ଯ୍ୟୋଧନ ବୀର ପଶାପାଲି ଫଶେ,
ବଂଶର ଲୋପ ନିଜନାମେ ଲେଶେ ।
ଅନ୍ତରେ ଶକୁନି ପୂର୍ଣ୍ଣକରେ ବାଞ୍ଛା,
ସବୁ ଘଟୁଥାଏ ବାସୁଦେବେ ଇଚ୍ଛା ।

– ସ୍ମୃତିରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...