ଝାପୁର୍ ଝୁପୁର୍ ହେଇ ଡାହି ପଖିରା
ଲମ୍ବିଛେ କେତ୍ ନି କେତେ,
ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ
ଛାଇଁ ଟିକେ ଦେସି ସତେ !!
କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି
ବନାଁବାକେ ଛାଟ୍ ପଟା,
ପଲଙ୍କ୍ କବାଟି ବନ୍ ସି ଯେନଥିରୁ
ଚକ୍ କରେ ଫୁଲ୍ ଫୁଟା ।
ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ
ଥକାନ୍ ମେଁଟାବେ ଯାନିଁ,
ଗଛ୍ ନାଇଁହେଲେ ନାଇଁ ଝରେ ଫେର୍
ବୁଁଦେ ବର୍ଷାର୍ ପାନିଁ ।
ମାଟିକେ ଧରିଛେ ଆବରି କରି ଯେ
ପାନିଁ ନାଇଁ ନିଏ ଧୁଇ,
ବିଷାନ୍ ପବନ୍ କେ ନୁକୋ କରୁଛେ
ଧଏନ୍ ଗଛ୍ ଗୁଟେ ହେଇ ।
ଗଛର୍ ନିସୁଆର୍ ଥ୍ ଉପ୍ କାର୍ ନେଁ
ସମାନ୍ ନାଇଁହନ୍ କେହି,
କିରିଆ କରୁଛେଁ ସବୁ ଫି’ ବଛର୍
ଗଛ୍ଟେ ଲଗାମିଁ ମୁଇଁ ।
– ସତ୍ୟନାରାୟଣ ପଧାନ
Comments
ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।