ସହିଦ ମାଟିର ଗାଁ’

Odia Poem Sahid Matira Gaan (ସହିଦ ମାଟିର ଗାଁ') by Mrutyunjay Gopal Lal

ମରାଳ ମାଳିନୀ ନୀଳାମ୍ବୁ ତଟରେ
ଶୋଭାପାଏ ମୋ ଗାଆଁ,
ମୋ ଗାଆଁରେ ବିଜେ ରାଧାମୋହନ ଜୀଉ
ଛେଡ଼ାପଦର ତା’ ନାଆଁ ।

ଗାଆଁଟି ମୋର ଅତି ସୁନ୍ଦର
ଏ ଧରାଧାମ ତଳେ,
କେତେ ବୀର ସୈନିକ ଜନ୍ମ ନେଇଥିଲେ
ମୋ ଗାଆଁ ପ୍ରକୃତି କୋଳେ ।

ମୋ ଗାଆଁରେ ଲୁଚିଛି କେତେ ଯେ କାହାଣୀ
କେତେ ବୀରତ୍ୱର ଗାଥା,
ମନେ ପଡ଼ିଗଲେ ଗର୍ବଗୌରବେ
ଟେକିହୋଇଯାଏ ମଥା ।

ଗାଆଁରେ ଥିଲେ ବୀର ଯବାନ
ମୋ ପ୍ରିୟ ଦୁଷ୍ମନ୍ତ ମାମୁଁ,
ଗାଆଁ ପାଇଁ ଯେଉଁ କୀର୍ତ୍ତି ଅର୍ଜିଛନ୍ତି
ଭୁଲିହେବ ନାହିଁ ମନୁ ।

କ୍ରିକେଟ ଖେଳକୁ ଭଲ ପାଉଥିଲେ
ଡାକୁଥିଲେ ମତେ ଜିଜିନ,
ଦେଶ ମାତୃକାର ସେବା କରି ସିଏ
ହୋଇଗଲେ ଆଜି ଲୀନ ।

ତାଙ୍କରି ଆଦର୍ଶେ ବାଟ ଚାଲୁଥିଲି
ମାନୁଥିଲି ତାଙ୍କ କଥା,
ହୃଦୟ ମଧ୍ୟରୁ ଦିଏ ଶ୍ରଦ୍ଧାଞ୍ଜଳି
ନୁଆଁଏ ଜିଜିନ ତା’ ମଥା ।

– ମୃତ୍ୟୁଞ୍ଜୟ ଗୋପାଳ ଲାଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...