ଶରତ ଶୋଭା

Odia Poem Sharata Shobha (ଶରତ ଶୋଭା) by Sambit Dash

ବର୍ଷା ଋତୁ ସରିଲେ ଶରତ ଋତୁ
ହୁଅଇ ପ୍ରବେଶ,
ପଲ୍ଲବୀତ ଶରତେ ଫୁଲର ସମ୍ଭାରେ
ଦିଶେ ପ୍ରକୃତିର ହସ ॥

ଶ୍ଵେତ କାଶତେଣ୍ଡି ଫୁଲର ମେଳରେ
ନଦୀ ପଠା ଉଠେ ହସି,
ନିଜ ସ୍ୱନ୍ଦର୍ଯ୍ୟ ନିଜେ ଦେଖି ଧରା
ହୁଏ ମନେ ଭାରି ଖୁସି ॥

ଶୁଭ ସକାଳରେ ମେଘ ଖଣ୍ଡମାନ
ଭାସି ଦିଶନ୍ତି ସୁନ୍ଦର,
ଖରା ପରେ ଛାଇ ଛାଇ ପରେ ଖରା
ଲୁଚକାଳିରେ ଦିବାକର ॥

ଜହ୍ନର ଆଲୁଅରେ ଜହ୍ନି ଫୁଲ ଗଢ଼ୁଥାଏ
କୋଠି କେବେକେବେ,
ଶରତ ସନ୍ଧ୍ୟାଟି ଭାରି ମନୋରମ ଯେତେ
ସନ୍ଧ୍ୟା ଅଛି ଭାବେ ॥

ଏଇ ଶରତେ ମାଆଙ୍କ ଆଗମନରେ
ହସି ଉଠିବ ଧରା,
ପର୍ବଣର ଋତୁ ଉଲ୍ଲସି ଉଠିବ ମେଲାଇ
ଆସିବ ଖୁସିର ପସରା ॥

ସନ୍ଧ୍ୟା ଆଗମନରେ ଶେଫାଳୀ ଫୁଲ
ଫୁଟେ ଚଉଦିଗ ବାସ,
ପୋଖରୀ ଗାଡ଼ିଆ ଜଳ ପୂର୍ଣ୍ଣ ହୋଇ
ଜଳଚର ପ୍ରାଣୀମୁହେଁ ହସ ॥

– ସମ୍ବିତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...